ବଲାଙ୍ଗୀର:ପୁଣି ଦାଦନ ଦୁଃଖ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତଦେହ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଫେରୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।
ସୂଚନା ଅନୁସାରେ, ବଲାଙ୍ଗୀର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବରପଦର୍ ଗାଁର ମୁରଲୀ କୁମ୍ଭାର ନିଜ ଓ ନିଜ ପରିବାର ପେଟ ପାଟଣା ପାଇଁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ଥିବା ବିଜୟଓ୍ବାଡାରେ ଏକ ସୂତାକଳରେ କାମ କରୁଥିଲେ। ତେବେ ଦୁର୍ଘଟଣା ବଶତଃ ସେ ସୂତା କଳ ମଧ୍ୟରେ ପଡି ଯାଇ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।