ବଲାଙ୍ଗୀର: ବଦଳିଲା ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା । ପାଟଣାଗଡ଼ ଜେଲରୁ ଫେରାର ମାରିବାର ଉଦ୍ୟମ ପରେ ତାକୁ ବଲାଙ୍ଗୀର ମୁଖ୍ୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି।
ଗତବର୍ଷ ୨୪ ଫେବୃଆରୀରେ ପାର୍ସଲ ଯୋଗେ ମୃତ୍ୟୁର ଉପହାର ପହଞ୍ଚି ଥିଲା । ଆଉ ଏଥିରେ ଚାଲିଯାଇଥିଲା ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମାଙ୍କ ଜୀବନ। ସେହିପରି ନବବଧୁ ରିମାରାଣୀ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାରେ ବଲାଙ୍ଗୀର ପୋଲିସ ଓ ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ କରି ପାଟଣାଗଡ଼ର ପୁଞ୍ଜିଲାଲ ମେହେରକୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ଆଉ ବିଚାରଧିନ କଏଦୀ ଭାବରେ ପାଟଣାଗଡ଼ ଉପକାରାଗାରରେ ଥିଲା। ତେବେ ସେଠି 8 ଜଣ କୁଖ୍ୟାତ ଡକାୟତଙ୍କ ସହ ମିଶି ଜେଲ କତ୍ତୃପକ୍ଷଙ୍କୁ ମାଡ଼ ମାରି ଫେରାର ଉଦ୍ୟମ ରଚିଥିଲା।