ଓଡିଶା

odisha

ETV Bharat / state

ପ୍ରଜାପତି ପ୍ରେମରେ ହାର୍ଦ୍ଦିକ, ହାତେଇଛନ୍ତି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ - odisha man hardik bhramara

ବଲାଙ୍ଗୀରରେ ହାର୍ଦ୍ଦିକ ଭ୍ରମର ବିଭିନ୍ନ ପ୍ରଜାପତିଙ୍କ ଫଟୋ ଉତ୍ତୋଳନ କରି ଲିମକା ବୁକ ଅଫ ରେକର୍ଡ ଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି ।

ପ୍ରଜାପଜି ପ୍ରେମୀ ହାର୍ଦ୍ଦିକ ଭ୍ରମର
hardik bhammar placed in guinees book of world record

By

Published : May 11, 2023, 1:54 PM IST

hardik bhammar placed in guinees book of world record

ବଲାଙ୍ଗୀର: ପ୍ରଜାପତି ପ୍ରେମରେ ବଲାଙ୍ଗୀରର ହାର୍ଦ୍ଦିକ ଭ୍ରମର । ଗୋଟିଏ କି ଦୁଇଟି ନୁହେଁ 6 ହଜାରରୁ ଅଧିକ ପ୍ରଜାପତିଙ୍କ ଫଟୋ ଉତ୍ତୋଳନ କରି ରେକର୍ଡ ହାସଲ କରିଛନ୍ତି ହାର୍ଦ୍ଦିକ । ପିଲାଦିନରୁ ପ୍ରଜାପତିଙ୍କ ଫଟୋ ଉତ୍ତୋଳନରେ ରୁଚି ରଖୁଥିବା ବଲାଙ୍ଗୀରରେ ହାର୍ଦ୍ଦିକ ଭ୍ରମର ଲିମକା ବୁକ ଅଫ ରେକର୍ଡ ଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ହାର୍ଦ୍ଦିକ ଏହି ଜିଜ୍ଞାସା ତାଙ୍କୁ ସଫଳତା ଆଣି ଦେଇଛି ।

ପ୍ରଜାପତିଙ୍କ ଫଟୋ ସମ୍ପର୍କିତ ସାମଗ୍ରୀ ସଂଗ୍ରହ କରି କଲେ ବିଶ୍ବ ରେକର୍ଡ କରିଛନ୍ତି ହାର୍ଦ୍ଦିକ । ଲିମକା ଓ ଗିନିଜ ବିଶ୍ବ ରେକର୍ଡ଼ରେ ସ୍ଥାନ ହାସଲ କରିଛନ୍ତି । ହାର୍ଦ୍ଦିକ ଭ୍ରମର ପ୍ରକୃତିର ସୁନ୍ଦର ସୁକ୍ଷ୍ମ ଜୀବ ପ୍ରଜାପତି ପ୍ରତି ଛୋଟ ଦିନରୁ ଆକୃଷ୍ଟ ହୋଇଥିଲେ । ଛୋଟ ଦିନରେ ପ୍ରଜାପତି ପଛରେ ଦୌଡ଼ିବା ତାକୁ ଜାଣିବାର ଜିଜ୍ଞାସା ପରବର୍ତ୍ତୀ ସମୟରେ ସମୟରେ ତାଙ୍କୁ ଆହୁରି ଆକୃଷ୍ଟ କରିଥିଲା । ଧୀରେ ଧୀରେ ସେ ପ୍ରଜାପତିର ବିଭିନ୍ନ ସୁନ୍ଦର ବିବିଧ ଫଟୋ ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେହିପରି ଏହି ସଂଗ୍ରହ କେବଳ ଫଟୋରେ ସୀମିତ ନ କରି ପ୍ରଜାପତି ସମ୍ପର୍କିତ ସବୁ ସାମଗ୍ରୀ ମଧ୍ୟ ସଂଗ୍ରହ ଆରମ୍ଭ କରିଥିଲେ । ଯେଉଁଥିରେ ପ୍ରଜାପତି ଛବି ଥିବା ମୁଦ୍ରା, ଟଙ୍କା, ମାଚିସ ବାକ୍ସ, ଷ୍ଟାମ୍ପ, ଭଳି ଅନେକ ସାମଗ୍ରୀ ସଂଗ୍ରହ କରିବା ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ...ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍

ଏହା ବି ପଢନ୍ତୁ...ଚିରଞ୍ଜୀବିଙ୍କ ମନ୍ତବ୍ୟକୁ ନେଇ ଝଡ, କର୍ମୀଙ୍କୁ ଦୁର୍ବଳ କରିଛି ତାଙ୍କ ମନ୍ତବ୍ୟ କହିଲା କଂଗ୍ରେସ

ଦେଶ ବିଦେଶ ବୁଲି ସାଙ୍ଗ ସାଥିଙ୍କଠୁ ଏହା ସଂଗ୍ରହ କରିବା ଆରମ୍ଭ କରି ଏବେ ମଧ୍ୟ ଏହା ଜାରି ରଖିଛନ୍ତି ହାର୍ଦ୍ଦିକ । 6 ହଜାରରୁ ଉର୍ଦ୍ଧ୍ବ ପ୍ରଜାପତିଙ୍କ ଫଟୋ ଉତ୍ତୋଲନ କରି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ତାଙ୍କର ନିଶା ଓ ପ୍ରଜାପ୍ରତି ପ୍ରତି ତାଙ୍କ ପ୍ରେମ ତାଙ୍କୁ ଏବେ ଲିମକା ବୁକ ଅଫ ରେକର୍ଡ ଓ ଗିନିଜ ବୁକ ଅଫ ରେକର୍ଡ଼ରେ ସ୍ଥାନ ଦେଇଛି । ଏଭଳି ସଂଗ୍ରହ କରିବାରେ ଭାରତରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି ହାର୍ଦ୍ଦିକ ।

ପୂର୍ବରୁ ଜଣେ ମହିଳା 13ଶହରୁ ଉର୍ଦ୍ଧ୍ବ ଏଭଳି ସାମଗ୍ରୀ ସଂଗ୍ରହ କରି ରେକର୍ଡ କରିଥିଲେ । ହେଲେ ଏବେ ତାଙ୍କୁ ପଛରେ ପକାଇ ଏହି ନୂଆ ରେକର୍ଡ କରିଛନ୍ତି ପ୍ରଜାପତି ପ୍ରେମୀ ହାର୍ଦ୍ଦିକ । ଏଭଳି 10 ହଜାର ସାମଗ୍ରୀ ସଂଗ୍ରହ କରିଥିବାର ସେ କହିଛନ୍ତି । ଏହି ନିଶା ଓ ସଂଗ୍ରହ ସେ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେବ ଓ ପ୍ରକୃତିର ସବୁଠାରୁ ସୁନ୍ଦର ଜୀବ ପ୍ରଜାପତି ବାବଦରେ ସମସ୍ତେ ଜ୍ଞାନ ଆହରଣ କରି ପାରିବେ ବୋଲି କହିଛନ୍ତି । ତାଙ୍କର ଏହି ଅନନ୍ୟ ସଂଗ୍ରହ ପାଇଁ ରେକର୍ଡ଼ ହାସଲ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛି । ସଫଳତା ପାଇଁ ତାଙ୍କୁ ସବୁଠୁ ପ୍ରଶଂସାର ସୁଅ ଛୁଟୁଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details