ଓଡିଶା

odisha

ETV Bharat / state

ବଲାଙ୍ଗୀର ଝିଅଙ୍କ କମାଲ, ଝାଡଖଣ୍ଡରୁ ଜିତିଲେ ଗୋଲ୍ଡ ମେଡାଲ - ବଲାଙ୍ଗୀର ଝିଅ ପ୍ରତିଶା ମିଶ୍ର

ବଲାଙ୍ଗୀର ଝିଅଙ୍କ କମାଲ । ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଦେଶର ସମସ୍ତଙ୍କୁ ପଛରେ ପକାଇ ବ୍ୟାଚ୍‌ ଟପ୍ପର ଓ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଜିତିଲେ ଦୁଇଟି ଗୋଲ୍ଡ ମେଡାଲ । ଅଧିକ ପଢନ୍ତୁ

ବଲାଙ୍ଗୀର ଝିଅଙ୍କ କମାଲ, ଝାରଖଣ୍ଡରୁ ଜିତିଲେ ଗୋଲ୍ଡ ମେଡାଲ
ବଲାଙ୍ଗୀର ଝିଅଙ୍କ କମାଲ, ଝାରଖଣ୍ଡରୁ ଜିତିଲେ ଗୋଲ୍ଡ ମେଡାଲ

By

Published : May 9, 2022, 11:20 AM IST

ବଲାଙ୍ଗୀର: ବଲାଙ୍ଗୀର ଝିଅଙ୍କ କମାଲ । ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଦେଶର ସମସ୍ତଙ୍କୁ ପଛରେ ପକାଇ ବ୍ୟାଚ୍‌ ଟପ୍ପର ଓ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଜିତିଲେ ଦୁଇଟି ଗୋଲ୍ଡ ମେଡାଲ । ଏହି ଝିଅ ହେଉଛନ୍ତି ବଲାଙ୍ଗୀରର ତାଳ ପାଳି ପଡାର ବାପା ଡାକ୍ତର ସୁଧୀରଞ୍ଜନ ମିଶ୍ର ଓ ସୁଭା ମୟୀ ମିଶ୍ରଙ୍କ ଦ୍ଵିତୀୟ ଝିଅ ପ୍ରତିଶା ମିଶ୍ର । ପିଲାଦିନେ ଗଣିତରେ ଦୁର୍ବଳ ରହୁଥିବା ପ୍ରତିଶା ଆଜି ସେହି ଗଣିତରେ ଟପ୍ପର ହୋଇଛନ୍ତି ।

ବଲାଙ୍ଗୀର ଝିଅଙ୍କ କମାଲ, ଝାରଖଣ୍ଡରୁ ଜିତିଲେ ଗୋଲ୍ଡ ମେଡାଲ

ନିଜ ମାଆଙ୍କ ତତ୍ତ୍ବାବଧାନରେ ସେ ଗଣିତ ପାଠ ପଢିବା ଆରମ୍ଭ କରିଥିଲେ । ସେହିପରି ସେ ସବୁ ପରୀକ୍ଷାରେ ଧୀରେ ଧୀରେ ଗଣିତରେ ଭଲ ମାର୍କ ରଖିବା ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ପାଠ ପଢି ପୋଷ୍ଟ ଗ୍ରାଜୁଏଟ ପାଇଁ ପ୍ରଚେଷ୍ଠା ଆରମ୍ଭ କରିଥିଲେ । ଯାହା ପାଇଁ ସେ ଦେଶର ପାଞ୍ଚଟି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସିୟୁସିଇଟି(CUET) ପରୀକ୍ଷା ଦେଇଥିଲେ ।

ବିନା କୌଣସି କୋଚିଂରେ ସଫଳତା ପରେ ସେ ଝାରଖଣ୍ଡ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଗଣିତରେ ନାମ ଲେଖାଇ ଥିଲେ । ତେବେ ତାଙ୍କ ବେଚରେ ଦେଶର 28 ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସେ ଶେଷ ପରୀକ୍ଷାରେ ସମସ୍ତଙ୍କ ଠାରୁ ଅଧିକ ମାର୍କ ଆଣି ବ୍ୟାଚ୍‌ ଟପ୍ପର ହୋଇଥିଲେ । ସେହିପରି ୯.୮ ସିଜିପି ରଖି 800 ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇ ୟୁନିଭରସିଟି ଟପ୍ପର ହୋଇ ଥିଲେ ।

ଗୋଟିଏ ବ୍ୟାଚ୍‌ ଟପ୍ପର ଗୋଲ୍ଡ ମେଡାଲ ସହ ୟୁନିଭରସିଟି ଟପ୍ପର ହୋଇ ଚାନ୍ସଲର ଗୋଲଡ୍ଡ ମେଡାଲ ପାଇଛନ୍ତି । ଏହାର ଶ୍ରେୟ ସେ ନିଜ ମାଆ ବାପା ଓ ସମସ୍ତ ଗୁରୁଜନଙ୍କୁ ଦେଇଛନ୍ତି । ତେବେ ସେ ଆଗକୁ ଜଣେ ଶିକ୍ଷୟତ୍ରି ହେବାର ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ।

ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details