ବଲାଙ୍ଗୀର: କୋହଲା ପାଗ ସାଙ୍ଗକୁ ଥଣ୍ଡାରେ ଥରୁଛି ସାରା ଜିଲ୍ଲା। ଏହାଦ୍ବାରା ସାଧାରଣ ଜନଜୀବନ ମଧ୍ୟ ବେଶ ପ୍ରଭାବିତ ହୋଇଛି। ବିଶେଷ କରି ଶୁକ୍ରବାର ଠାରୁ ବଲାଙ୍ଗୀରରେ ହଠାତ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ଯାହାଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।
ଅଦିନିଆ ବର୍ଷା ପରେ ଅସମ୍ଭାଳ ଥଣ୍ଡା - ବାଲାଙ୍ଗୀରରେ ଶୀତ
ଅଦିନିଆ ବର୍ଷା ପରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି ବଲାଙ୍ଗୀର ଜିଲ୍ଲାରେ। ଅଧିକ ପଢ଼ନ୍ତୁ...
ଅଦିନିଆଁ ବର୍ଷା ପରେ ଅସମ୍ଭାଳ ଥଣ୍ଡା
ସେପଟେ ବର୍ଷା ଯୋଗୁଁ କୃଷି ସହ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ବିଶେଷ କରି ଚାଷୀଙ୍କ ଶୀତ ଦିନିଆ ଫସଲ ଏଥିରେ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି। ସମାନ ଭାବରେ ମଣ୍ଡିରେ ଧାନ ବିକିବାକୁ ଆସିଥିବା ଚାଷୀ ମଧ୍ୟ ବର୍ଷା ଯୋଗୁଁ ହଇରାଣ ହୋଇଛନ୍ତି। ପାଗରେ ହଠାତ ପରିବର୍ତ୍ତନକୁ ନେଇ ଲୋକେ ପ୍ରକୃତିରେ କିଛି ଅସ୍ବାଭାବିକ ଘଟିଥିବାର ସନ୍ଦେହ କରିଛନ୍ତି। ଏହାସହ ଏମିତି ପାଗର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ଅଛି ବୋଲି କହିଛନ୍ତି ଲୋକେ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ