ଓଡିଶା

odisha

ETV Bharat / state

ପରଦାକୁ ଆସିଲା ବଲାଙ୍ଗୀରର ପ୍ରଥମ ହିନ୍ଦୀ ଫିଲ୍ମ ହବସ୍‌ - ହବସ

ପରଦାକୁ ଆସିଲା ବଲାଙ୍ଗୀରର ପ୍ରଥମ ହିନ୍ଦୀ ସିନେମା 'ହବସ'। ବିନା ଡାଇଲଗରେ ପରଭା ଫକ ଅନୁଷ୍ଠାନ ବ୍ୟାନରରେ ଏହି ସିନେମା ନିର୍ମିତ ହୋଇଛି । ଅଧିକ ପଢନ୍ତୁ

Hindi movie hawas
Hindi movie hawas

By

Published : Dec 23, 2022, 9:58 AM IST

Hindi movie hawas

ବଲାଙ୍ଗୀର:ବଡ ପରଦାରେ ରିଲିଜ ହୋଇଯାଇଛି ବଲାଙ୍ଗୀରର ପ୍ରଥମ ହିନ୍ଦୀ ସିନେମା 'ହବସ' । ଯାହା ଆମ ସମାଜରେ ଥିବା ମାନସିକ ଭିନ୍ନ କ୍ଷମ ମହିଳାଙ୍କ ପ୍ରତି ହେଉଥିବା ବ୍ୟଭିଚାର ଉପରେ ଆଧାରିତ ଅଟେ । ପରଭା ଫକ ଅନୁଷ୍ଠାନ ବ୍ୟାନରରେ ଏହି ସିନେମା ନିର୍ମିତ ହୋଇଛି । ଏହାର ପ୍ରଯୋଜନା ନବୀନ କିଶୋର ବେହେରା କରିଥିବା ବେଳେ କାହାଣୀ, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ବଲାଙ୍ଗୀରର ନାଟ୍ୟକାର ନିଶାର ଅହମ୍ମଦ ନିଶାର ଦେଇଛନ୍ତି ।

ସେହିପରି ଏଥିରେ ମୁଖ୍ୟ ଭୂମିକାରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ହରି ନାୟକ ଓ ପ୍ରିୟଙ୍କା ସ୍ୱାଇଁ ଅଭିନୟ କରିଛନ୍ତି । ତେବେ ଚଳଚ୍ଚିତ୍ରଟି ଡାଇଲଗ ବିହୀନ ହୋଇଥିବା ବେଳେ ଏହା ଏକ ମନୋ ଅଭିନୀତ ସିନେମା ଅଟେ । ଯେଉଁଥିରେ ଜଣେ ଅବଲା ମାନସିକ ଦିବ୍ୟାଙ୍ଗ ନାରୀକୁ ସମାଜରେ କେମିତି ନିର୍ଯାତନା ଦିଆଯାଉଛି ଓ ସେ ହବସର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ତାହା ହିଁ ଏହି ସିନେମାର କାହାଣୀ ଅଟେ ।

ତେବେ ଆଜି ବି ଆମ ସମାଜରେ କିଛି ଗୋଷ୍ଠୀ ନିଜକୁ ବିକଳାଙ୍ଗ ମାନସିକର ପରିଚୟ ଦେଇ ନାରୀଙ୍କୁ କିପରି ନିର୍ଯାତନା ଦେଉଛନ୍ତି ଓ ଅନ୍ୟର ଅଧିକାର କିପରି କ୍ଷୂର୍ଣ୍ଣ କରିଛନ୍ତି ତାହା ସିନେମାରେ ପ୍ରଦର୍ଶିତ ହୋଇଛି । ଏହାଦ୍ୱାରା ସମାଜରେ ଲୋକେ ଜାଗୃତ ହେବେ ବୋଲି ଆଶା କରାଯାଉଛି । ତେବେ ବଲାଙ୍ଗୀରରୁ ଏଭଳି ଏକ ହିନ୍ଦୀ ଫିଲ୍ମର ପ୍ରୟାସକୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି ।

ଏନେଇ ଫିଲ୍ମ ନିର୍ଦ୍ଦେଶକ ନିଶାର ଅହମ୍ମଦ ନିଶାର କହିଛନ୍ତି, ''ଏହି ସିନେମାରେ କୌଣସି ଡାଇଲଗ ନାହିଁ, କିନ୍ତୁ ଏହାର ମେସେଜ ସ୍କ୍ରିନରେ ହିନ୍ଦିରେ ପ୍ରଦର୍ଶିତ ହେଉଛି । ତିନି ଜଣ କଳାକାର ଏଥିରେ ଅଭିନୟ କରୁଛନ୍ତି । ସମ୍ବଲପୁରୀ କବିତାକୁ ନେଇ ଏପରି ଫିଲ୍ମ କରିବାକୁ ଚିନ୍ତା କରାଯାଇଥିଲା । ଏହାପରେ ସିନେମା ପ୍ରସ୍ତୁତ ହେବାପରେ ଏହା କିପରି ପରଦାକୁ ଆସିବ ତାହା ମୁଖ୍ୟ ଥିଲା । ପରଭା ଫକ ଅନୁଷ୍ଠାନ ବ୍ୟାନରରେ ଏହି ସିନେମା ନିର୍ମିତ ହୋଇଥିବା ବେଳେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ପ୍ରତି ହେଉଥିବା ବ୍ୟଭିଚାର ଉପରେ ଏହି ସିନେମା ଆଧାରିତ ଅଟେ। ''

ଯୁବ ବିଜେଡି ନେତା ନିହାର ରଞ୍ଜନ ବେହେରା କହିଛନ୍ତି ଯେ, ''ନିଶାର ଅହମ୍ମଦ ନିଶାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ବଲାଙ୍ଗୀରର ପ୍ରଥମ ହିନ୍ଦୀ ସିନେମା ହବସ ଦର୍ଶକଙ୍କୁ ମଧ୍ୟ ବେଶ ପସନ୍ଦ ଆସିବା ନେଇ ମୋର ଆଶା । ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର । ଦିବ୍ୟାଙ୍ଗ ମହିଳା କିପରି ନିର୍ଯାତନାର ଶିକାର ହୋଉଛନ୍ତି ତାହା ଫିଲ୍ମରେ ପ୍ରତିପାଦିତ ହୋଇଛି । ''

ଏନେଇ କବି ଶୁଶାନ୍ତ ବାଗ କହିଛନ୍ତି ଯେ, ''ଏହି କବିତା ମୁଁ ପୂର୍ବରୁ ପଢିଥିଲି, ଏହା ପଢିବା ପରେ ମୁଁ କାନ୍ଦି ପକାଇଥିଲି । କବିତା ଉପରେ ସିନେମାଟି ତିଆରି ହୋଇଛି । ବିନା ଡାଇଲଗରେ ଫିଲ୍ମ ହୋଇଥିଲେ ମଧ୍ୟ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିବ । ଏହାର ମେସେଜ ସ୍କ୍ରିନରେ ହିନ୍ଦୀ ଭାଷାରେ ପ୍ରଦର୍ଶିତ ହେଉଛି । ଦର୍ଶକ ମାନେ ବେଶ ସହଜରେ ଏହାକୁ ବୁଝି ପାରିବେ । ''

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details