ଓଡିଶା

odisha

ETV Bharat / state

ବନ୍ୟା ପରର ଦୁର୍ଦ୍ଦଶା,ବାଲିଚର ଜମିକୁ ନେଇ ଚାଷୀ ମୁଣ୍ଡରେ ଚଡକ - need govt help

ବଲାଙ୍ଗିରରେ ବନ୍ୟା ଗଲା ସତ କିନ୍ତୁ ଛାଡି ଗଲା ର୍ଦୁଦ୍ଦଶା । ଫଳରେ ବନ୍ୟାରେ ଲୋକଙ୍କ ଘର ଦ୍ବାର ସବୁ ନଷ୍ଟ ହୋଇଥିବା ବେଳେ ଚାଷ ମଧ୍ୟ ନଷ୍ଟ ହୋଇଛି । ବଲାଙ୍ଗିର ଜିଲ୍ଲାର ସବୁ ଛୋଟ ବଡ଼ ନଦୀ ନାଳ ଓ ପୋଖରୀ ତଟରେ ଥିବା ହଜାର ହଜାର ହେକ୍ଟର ଏହି ବନ୍ୟାରେ ଜଳମଗ୍ନ ହୋଇଥିଲା । ତେଣୁ  ଚାଷୀମାନେ  ସରକାରଙ୍କ  ସହାୟତା ଲୋଡ଼ିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

By

Published : Aug 25, 2019, 4:02 AM IST

ବଲାଙ୍ଗିର:ବଲାଙ୍ଗିରରେ ବନ୍ୟା ଗଲା ସତ କିନ୍ତୁ ଛାଡି ଗଲା ର୍ଦୁଦ୍ଦଶା । ଅନେକ ହେଲେ ବେଘର । କିଏ ହରାଇଲା ପରିବାର ଆଉ ଚାଷୀ ହରାଇଛି ନିଜର ବେଉଶା। ଚାଷଜମିରେ ପାଣି ପଶି ହୋଇଯାଇଛି ବାଲିଚର। ଚିନ୍ତାରେ ବିତୁଛି ଜିଲ୍ଲାର ଚାଷୀଙ୍କ ଦିନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗିର

ଜିଲ୍ଲାର ବଡ଼ ନଦୀ ନାଳ ଓ ପୋଖରୀ ତଟରେ ଥିବା ହଜାର ହଜାର ହେକ୍ଟର ଜମି ବନ୍ୟାରେ ଜଳମଗ୍ନ ହୋଇଥିଲା । ଆଉ ପାଣି ଶୁଖିବା ପରେ ବାଲିଚର ହୋଇଛି ଜମି ଧାର ଉଧାର କରି ଏଥରର ଚାଷ କରିଥିବା ଚାଷୀ ମୁଣ୍ଡରେ ପଡିଛି ଚଡକ । ବର୍ଷ ତମାମର ଚାଷୀଙ୍କ ପେଟ ପାଟଣା ମଧ୍ୟ ଧୋଇ ନେଇଛି ଏହି ଭୟଙ୍କର ବନ୍ୟା ।

ଏବେ କେମିତି ଚଳିବ ଚାଷୀ ପରିବାର ସେନେଇ ଚିନ୍ତାରେ ଚାଷୀ। ତେଣୁ ଚାଷୀମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଏହାର ଆକଳନ କରିବା ଓ ସରକାରଙ୍କୁ ଏହାର ରିପୋର୍ଟ ଦେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗିରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details