ଓଡିଶା

odisha

By

Published : Aug 12, 2020, 7:06 PM IST

ETV Bharat / state

ବଲାଙ୍ଗୀରରେ ପୁଣି 31 କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ କୋରୋନା ବଢି ଚାଲି ଥିବା ବେଳେ ବୁଧବାର ପୁଣି 31 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

balangir corona update
ବଲାଙ୍ଗୀରରେ ପୁଣି 31 ଜଣ କୋରୋନା ଆକ୍ରାନ୍ତ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ବଢି ଚାଲିଥିବା ବେଳେ ବୁଧବାର ପୁଣି 31 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ଦୁଇ ଜଣ କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ଥିବା ଜଣାପଡ଼ିଛି ।

ବଲାଙ୍ଗୀରରେ ପୁଣି 31 ଜଣ କୋରୋନା ଆକ୍ରାନ୍ତ

ଏହାବ୍ୟତିତ ସହର ମଧ୍ୟରୁ ଶାନ୍ତିପଡାରୁ 5 ଜଣ, କଲେଜଛକରୁ 2 ଜଣ, ପେଲେସଲାଇନରୁ 2 ଜଣ କୋରୋନା ଚିହ୍ନଟ ହୋଇଛନ୍ତି । ସମାନ ଭାବରେ ବରପାଲି ପଡା, ରାମେଶ୍ବର ନଗର ଓ ବେହେରା ପାଳିରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଟିଟିଲାଗଡ଼ ସହର ମଧ୍ୟରୁ 4 ଜଣ, ଆଗଲପୁରରୁ 7 ଜଣ, ଦେଓଗାଁରୁ ଜଣେ, ଫାସଡ଼ରୁ ଜଣେ, ଖପ୍ରାଖୋଳରୁ 2 ଜଣ ଓ ଚନ୍ଦନ ଭାଟିରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାପରେ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 754 ହୋଇଥିବା ବେଳେ ଏମଧ୍ୟରୁ 430 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 324ଟି ଆକ୍ଟିଭ୍ ମାମଲା ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details