ବଲାଙ୍ଗୀର: ଚାଷୀଙ୍କୁ ନେଇ ବଲାଙ୍ଗୀରରେ ଚାଲିଛି ସାଂଘାତିକ ଖେଳ । ଭୂତ ଚାଷୀଙ୍କୁ ମିଳିଛି ଋଣ । ପ୍ରକୃତ ଚାଷୀ ହତାସ ।
ସୂଚନା ଅଧିକାରରେ ଆଇନ ବଳରେ ମିଳିଥିବା ତଥ୍ୟରେ ଏହା ସ୍ପଷ୍ଟ ହୋଇଛି । ଯେଉଁଥିରେ ଦୁର୍ନୀତି ବାରି ହୋଇଯାଉଛି । ଚାଷୀଙ୍କ ନାଁରେ ଏହି ହରିଲୂଟ ହୋଇଥିବା ବେଳେ କିଛି ଚାଷୀଙ୍କ ଅଜ୍ଞାତରେ ତାଙ୍କ ନାଁରେ ଋଣ ଉଠିଥିବାର ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ ସମବାୟ ବ୍ୟାଙ୍କ କତ୍ତୃପକ୍ଷ ଏହାକୁ ଅସ୍ବୀକାର କରିଛନ୍ତି । ସମବାୟ ବ୍ୟାଙ୍କ ଋଣ ଦେଇଥିବା 15ରୁ ଅଧିକ ଚାଷୀଙ୍କ କୌଣସି ତଥ୍ୟ ମିଳୁନାହିଁ । ସମାନ ଭାବରେ ସେମାଙ୍କ ନାଁରେ ଚାଷ ଜମି ମଧ୍ୟ ନଥିବା ବେଳେ ଲକ୍ଷାଧିକ ଟଙ୍କା ସେମାଙ୍କୁ ଋଣ ଦିଆ ଯାଇଛି ବୋଲି ସୂଚନା ଅଧିକାର କାର୍ମୀ ଅଭିଯୋଗ କରିଛନ୍ତି । ଆଉ ଏହି ବ୍ୟାଙ୍କରୁ କିଛି ଚାଷୀଙ୍କ ଅଜାଣତରେ ମଧ୍ୟ ଋଣ ଉଠିଥିବାର ଅଭିଯୋଗ ଆସିଛି ।