ଓଡିଶା

odisha

ETV Bharat / state

ବଲାଙ୍ଗୀର ଭିଡିଓ ଭାଇରାଲ ଘଟଣା: ନିଲମ୍ବିତ ହେଲେ ଲାଞ୍ଚୁଆ କନେଷ୍ଟବଳ - Balangir

ନିକଟରେ ବଲାଙ୍ଗୀର ଜିଲ୍ଲାରେ ଲାଞ୍ଚ ନେଉଥିବା ଜଣେ କନେଷ୍ଟବଳର ଭିଡିଓ ଭାଇରାଲ ହେବା ପରେ ବୁଧବାର ସମ୍ପୃକ୍ତ କନେଷ୍ଟବଳକୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି ବିକେ ଶର୍ମା ।

ବଲାଙ୍ଗିର ଭିଡିଓ ଭାଇରାଲ ଘଟଣା

By

Published : Oct 10, 2019, 5:50 AM IST

Updated : Oct 10, 2019, 8:04 AM IST

ବଲାଙ୍ଗୀର: ଆକ୍ସନ ମୁଡରେ ମୋ ସରକାର । ଅନ ଦ ସ୍ପଟ ଆକ୍ସନ । ଲାଞ୍ଚୁଆ ଅଧିକାରୀଙ୍କୁ ନାହିଁ ଏଥର ନିସ୍ତାର । ତେବେ ନିକଟରେ ଜିଲ୍ଲାରେ ଲାଞ୍ଚ ନେଉଥିବା ଜଣେ କନେଷ୍ଟବଳର ଭିଡିଓ ଭାଇରାଲ ହେବା ପରେ ବୁଧବାର ସମ୍ପୃକ୍ତ କନେଷ୍ଟବଳଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି ବିକେ ଶର୍ମା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗିର

ତେବେ ଘଟଣା ଥିଲା ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ଥାନା ଅଞ୍ଚଳର । ଏହି ଥାନାର ଜଣେ କନେଷ୍ଟବଳ ଗୋଟିଏ ଟ୍ରକ୍ ଡ୍ରାଇଭରକୁ ଲାଞ୍ଚ ମାଗିଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା । ଉକ୍ତ କନେଷ୍ଟବଳଙ୍କ ନାମ ସଙ୍କୀର୍ତ୍ତନ ପଟେଲ । ରାସ୍ତାରେ ଖୁଲମଖୁଲା ଭାବେ ସେ ଜଣେ ଟ୍ରକ୍ ଡ୍ରାଇଭରକୁ ଲାଞ୍ଚ ମାଗୁଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ଏହି ଘଟଣା ପରେ ନିଜେ ପୋଲିସ ଡିଜି ଏଥିରେ ପଦକ୍ଷେପ ନେଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 10, 2019, 8:04 AM IST

ABOUT THE AUTHOR

...view details