ବଲାଙ୍ଗୀର:ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋଦି ସରକାର ଲୋକଙ୍କୁ ଦରଦାମ କମ କରିବା ପ୍ରତିଶୃତି ଦେଇ ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଦଳ ଅଭିଯୋଗ ଆଣିଛି । ବିଗତ ୮ ବର୍ଷ ମଧ୍ୟରେ ଦେଶରେ ପ୍ରତ୍ୟେକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି ।
ତାହା ଉପରେ ପୁଣି ଗରିବ ଶୋଷଣ ନୀତି ସରକାର ଆପଣାଇ ଗରିବଙ୍କ ଖାଦ୍ୟ ଉପରେ ମଧ୍ୟ GST ଲଗାଇଛି ବୋଲି ଦଳ ଅଭିଯୋଗ କରିଛି । ଆଜି ଏହାକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ, ବଲାଙ୍ଗୀରରେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗକୁ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି ।