ଓଡିଶା

odisha

ETV Bharat / state

ଶିକ୍ଷକ ସାଜିଲେ ବଲାଙ୍ଗୀର ଜିଲ୍ଲାପାଳ, ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ବିଜ୍ଞାନ ପଢାଇଲେ

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ବିଜ୍ଞାନ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ। ଅଧିକ ପଢନ୍ତୁ

Collector Chanchal Rana teaches students
Collector Chanchal Rana teaches students

By ETV Bharat Odisha Team

Published : Sep 26, 2023, 11:45 AM IST

Collector Chanchal Rana teaches students

ବଲାଙ୍ଗୀର: ଶିକ୍ଷକ ସାଜିଲେ ଜିଲ୍ଲାପାଳ ।ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ । ବଡ଼ଟିକା ଗ୍ରାମର ଉଚ୍ଚ ମାଧ୍ୟମିକ ସ୍କୁଲର ପିଲାଙ୍କୁ ବିଜ୍ଞାନ ଓ ଗଣିତ ବିଷୟ ପାଠ ପଢ଼ାଇ ଚର୍ଚ୍ଚାରେ ଜିଲ୍ଲାପାଳ ଚଞ୍ଚଳ ରାଣା । ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିବା ସହ ଆଗକୁ କେମିତି ପାଠପଢ଼ା ଜାରି ରଖିବ ଓ ତାକୁ ନେଇ କିପରି ନିଜର ଭବିଷ୍ୟତ ଗଢିବେ ସେନେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ । ସେହିପରି ଛାତ୍ରଛାତ୍ରୀ କେମିତି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ ଓ ଭଲ ନମ୍ବର ରଖି ପାସ ହେବେ ତାକୁ ନେଇ ମଧ୍ୟ ଗୁରୁମନ୍ତ୍ର ଦେଇଥିଲେ । ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ପାଠପଢ଼ାରେ ବେସ ଖୁସି ହୋଇଥିଲେ । ସେପଟେ ଜିଲ୍ଲାପାଳ ସ୍କୁଲର ଶିକ୍ଷକ ମାନଙ୍କ ସହ ମଧ୍ୟ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ- ସ୍କୁଲରେ ପିଲାଙ୍କୁ ବିଜ୍ଞାନ ପଢାଇଲେ ବଲାଙ୍ଗୀର ଜିଲ୍ଲାପାଳ

ଗୁରୁବାର ଆଗଲପୁର ବ୍ଲକ ଗସ୍ତରେ ଯାଇଥିଲେ ଜିଲ୍ଲାପାଳ । ଯୁଗ୍ମ ଶୁଣାଣି ଶିବିରରେ ଲୋକଙ୍କ ଅଭିଯୋଗ ସମସ୍ୟା ଶୁଣିଥିଲେ । ସେହିପରି ସେଠି ତାଙ୍କ ପାଖରେ ମୋଟ 87ଟି ଅଭିଯୋଗ ଆସିଥିବା ବେଳେ 72ଟି ବ୍ୟକ୍ତିଗତ ଓ 15ଟି ସାମୁହିକ ସମସ୍ୟା ରହିଥିଲା । ତେବେ ସେଠାରେ ସେ 15 ଗୋଟି ମାମଲାର ତୁରନ୍ତ ଶୁଣାଣି କରିବା ସହ କିଛି ଗରିବଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟକ ଯୋଗାଇ ଦେଇଥିଲେ । ଶୁଣାଣି ଶିବିର ପରେ ବିଭିନ୍ନ ସରକାରୀ ସ୍କୁଲ୍‌ ପରିଦର୍ଶନ କରିଥିଲେ। ଯେଉଁଠି ଉଚ୍ଚ ବାହଲ ଗ୍ରାମରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲ୍‌, ଆଗଲପୁର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସେଠିକାର ବ୍ୟବସ୍ଥା ଯାଞ୍ଚ କରିଥିଲେ । ସେହିପରି ସେ ଲୋଇସିଂହା ବ୍ଲକ୍‌ ସ୍ଥିତ ବଡଟିକା ଗ୍ରାମର ଉଚ୍ଚ ମାଧ୍ୟମିକ ସ୍କୁଲ ପରିଦର୍ଶନ କରିଥିଲେ । ସେଠି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀର ଜିଲ୍ଲାପାଳଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ, ଲୋକଙ୍କୁ ସଚେତନ କରାଇଲେ ଚଞ୍ଚଳ ରାଣା

ଜିଲ୍ଲାପାଳ ପୂର୍ବରୁ ବଲାଙ୍ଗୀର ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ କିଛି ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଥିଲେ । କିଛି ସରକାରୀ କଲେଜ୍ ମଧ୍ୟ ପରିଦର୍ଶନ ପାଇଁ ଯାଇଥିବା ବେଳେ ସେଠି ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ତାଙ୍କୁ ଭବିଷ୍ୟତରେ କିପରି ସଫଳତା ପାଇ ପାରିବେ ସେନେଇ ମନ୍ତ୍ର ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁଠି ପ୍ରସଂଶା କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details