ବଲାଙ୍ଗୀର: ତିନି ଦଫା ଦାବି ନେଇ ଆଜି(ବୁଧବାର) ବଲାଙ୍ଗୀରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ବଲାଙ୍ଗୀର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାଏପାସ୍ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସାରିବା ଦାବିରେ ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟିର ନେତୃତ୍ୱରେ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । ସେପଟେ ଏହି ଦୁଇ ଦିନିଆ ବନ୍ଦରେ ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରାଯାଇଛି ।
ତିନି ଦଫା ଦାବି ନେଇ ଓକିଲ ସଂଘର 2ଦିନିଆ ବଲାଙ୍ଗୀର ବନ୍ଦ - ଓକିଲ ସଂଘର ତିନି ଦଫା ଦାବି
ତିନି ଦଫା ଦାବି ନେଇ ବଲାଙ୍ଗୀରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଏଥିରେ ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରଖାଯାଇଛି ।
ତିନି ଦଫା ଦାବି ନେଇ ଓକିଲ ସଂଘର 48 ଘଣ୍ଟିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ