ବଲାଙ୍ଗୀର: ଜିଲ୍ଲାରେ ବ୍ରିଜ ଭୁସୁଡିବା ଘଟଣାରେ ମଙ୍ଗଳବାର ଏହାର ଦୁଇ କଣ୍ଟ୍ରାକ୍ଟର ସର୍ତ୍ତ ମୂଳକ ଜାମିନ ପାଇଛନ୍ତି । ବଲାଙ୍ଗୀର ମୂଦଳ ସର୍ ତମିଆ ଗ୍ରାମରେ ସୁକତେଲ୍ ନଦୀ ଉପରେ ଥିବା ନବ ନିର୍ମିତ ବ୍ରିଜ ଗତ 29 ତାରିଖରେ ଭୁଶୁଡ଼ି ପଡିଥିଲା । ଯାହାଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।
ବଲାଙ୍ଗୀର ବ୍ରିଜ ଭୁସୁଡିବା ଘଟଣା, କଣ୍ଟ୍ରାକ୍ଟରଙ୍କୁ ସର୍ତ୍ତ ମୂଳକ ଜାମିନ - vconditional bail to contractor
ବଲାଙ୍ଗୀର ମୂଦଳ ସର୍ ତମିଆ ଗ୍ରାମରେ ସୁକତେଲ୍ ନଦୀ ଉପରେ ଥିବା ନବ ନିର୍ମିତ ବ୍ରିଜ ଗତ 29 ତାରିଖରେ ଭୁଶୁଡ଼ି ପଡିଥିଲା । ଯାହାଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ଏହାର ଦୁଇ କଣ୍ଟ୍ରାକ୍ଟର ସର୍ତ୍ତ ମୂଳକ ଜାମିନ ପାଇଛନ୍ତି । ଅଧିକ ପଢ଼ନ୍ତୁ...
![ବଲାଙ୍ଗୀର ବ୍ରିଜ ଭୁସୁଡିବା ଘଟଣା, କଣ୍ଟ୍ରାକ୍ଟରଙ୍କୁ ସର୍ତ୍ତ ମୂଳକ ଜାମିନ balangir-bridge-collapse-incident-conditional-bail-to-contractor](https://etvbharatimages.akamaized.net/etvbharat/prod-images/768-512-7266796-thumbnail-3x2-abas.jpg)
ତେବେ ଏହାର ବିଭାଗୀୟ ତଦନ୍ତ ସହ ମାମଲା ଥାନାରେ ପହଞ୍ଚି ଥିଲା । ସେପଟେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ 7 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀରର ରାମକୁମାର ଅଗ୍ରୱାଲ କମ୍ପାନୀ ଏହାର ନିର୍ମାଣ କଣ୍ଟ୍ରାକ୍ଟ ନେଇଥିଲା । ତେବେ ପୂର୍ବରୁ ସରକାର ଏହି କମ୍ପାନୀକୁ କଳା ତାଲିକା ଭୁକ୍ତ କରିଥିବା ବେଳେ କଣ୍ଟ୍ରାକ୍ଟଙ୍କ ଦୁଇ ପୁଅ ଫେରାର ଥିଲେ, ଏବଂ ମଙ୍ଗଳବାର ଏମାନେ ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ଯାହାପରେ ମାନ୍ୟବର କୋର୍ଟ ଦୁଇ ଜଣଙ୍କୁ ଜାମିନାଦାର ଓ 20 ହଜାର ଟଙ୍କା ଲେଖାଏଁ ଜାମିନ ରାଶି ସହ ଏମାନଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ