ଓଡିଶା

odisha

ETV Bharat / state

ମମିତା ମେହେର ମାମଲାକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ - ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

ମମିତା ମେହେରକୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା (Balangir BJP mahila morcha) । ଅଧିକ ପଢନ୍ତୁ

ମମିତା ମେହେର ମାମଲାକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ
ମମିତା ମେହେର ମାମଲାକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

By

Published : Dec 28, 2021, 4:38 PM IST

ବଲାଙ୍ଗୀର: ରାଜ୍ୟରେ ମହିଳା ଶିଶୁ ସୁରକ୍ଷା ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର (Balangir BJP mahila morcha) ଆନ୍ଦୋଳନ। ମମିତା ମେହେରକୁ ନ୍ୟାୟ (Mamita meher murder case) ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ।

ମମିତା ମେହେର ମାମଲାକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ

ବଲାଙ୍ଗୀରରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି। ଯେଉଁଥିରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ସରକାର ଅଭିଯୁକ୍ତକୁ ସୁରକ୍ଷା ଦେଇଥିବା ଅଭିଯୋଗ କରିଛନ୍ତି। ସେହିପରି ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷିତ ନ ଥିବାବେଳେ ଅପରାଧ ବଢ଼ି ଥିବାର ଏମାନେ କହିଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁଙ୍କ ନିର୍ଯାତନା ଅପରାଧରେ ଦେଶରେ ଆଗୁଆ ଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଏମାନେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରି ଆଜି ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details