ବଲାଙ୍ଗୀର: ନିଲମ୍ବିତ ହେଲେ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ । ପେନସନ ଦୁର୍ନୀତି ମାମଲାରେ ନିଲମ୍ବିତ ହେଲେ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ରିଚପାଳ ସାଗର ।ସୂଚନା ଅନୁସାରେ, ବଲାଙ୍ଗୀର ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଏଠିକାର ଜଣେ କିରାଣୀ ପ୍ରମୋଦ ରଥ ନକଲି କାଗଜପତ୍ର ତିଆରି କରି ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ କୋଟି କୋଟି ଟଙ୍କା ହଡପ କରିଥିଲେ ।
ନିଲମ୍ବିତ ହେଲେ ବଲାଙ୍ଗୀର ବିଇଓ
ପେନସନ ଦୁର୍ନୀତି ମାମଲାରେ ବଲାଙ୍ଗୀର ବ୍ଲକ ଶିକ୍ଷା ଅଧିକାରୀ ରିଚପାଳ ସାଗରକୁ ଚାକିରିରୁ ନିଲମ୍ବିତ କରିଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ।
ବଲାଙ୍ଗୀର ବିଇଓ ନିଲମ୍ବିତ
ଯାହା ବ୍ଲକ ଶିକ୍ଷାଧିକାରୀଙ୍କ ଜାଣତରେ ହୋଇଥିବା ବେଳେ ଏହାର ତଦନ୍ତ ଭିଜିଲାନ୍ସ ବିଭାଗ କରୁଛି । ଏନେଇ ସମ୍ପୃକ୍ତ କିରାଣୀ ଜଣକ ପୂର୍ବରୁ ଜେଲ ଯାଇଥିବା ବେଳେ ଏବେ ସରକାର ପଦକ୍ଷେପ ନେଇ ବ୍ଲକ ଶିକ୍ଷା ଅଧିକାରୀ ରିଚପାଳ ସାଗରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ