ବଲାଙ୍ଗୀର: ଆଗକୁ ସ୍ଥାୟୀବେଞ୍ଚ ଆନ୍ଦୋଳନ ତୀବ୍ର ଓ ନୂଆ ରୂପରେଖରେ ହେବ ବୋଲି କହିଛନ୍ତି ନବ ନିର୍ବାଚିତ ସଦସ୍ୟ। । ଜିଲ୍ଲା ଓକିଲ ସଂଘ ନିର୍ବାଚନ ସରିବା ପରେ ଏନେଇ ସ୍ପଷ୍ଟ କରାଯାଇଛି । ଏଥିରେ ନିର୍ବାଚିତ ହୋଇଥିବା ନୂଆ କର୍ମକର୍ତ୍ତାମାନେ ବିଭିନ୍ନ ସମସ୍ୟା ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଆନ୍ଦୋଳନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ତେବେ ଆଜି(ଗୁରୁବାର) ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ପରେ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛି ଓକିଲ ସଂଘ । ଯେଉଁଥିରେ ଆଗକୁ ଏମାନେ ଜିଲ୍ଲାର ବିଭିନ୍ନ ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି । ଜିଲ୍ଲାରେ ପାନୀୟଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା, ଷ୍ଟାମ୍ପ ପେପର କଳାବଜାରୀ, କୋର୍ଟ ଫି ଟିକଟ ସମସ୍ୟାକୁ ନେଇ ଏମାନେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।