ବଲାଙ୍ଗୀର:ତିନି ଦଫା ଦାବି ପୂରଣ ନେଇ ଆସନ୍ତା 19 ଓ 20 ତାରିଖ ଦୁଇ ଦିନ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବଲାଙ୍ଗୀର ଆକ୍ସନ କମିଟି। ତେବେ ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ ଓ ବଲାଙ୍ଗୀରରେ ଵ୍ୟାପାସ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।
ଯେଉଁଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ ତଥା ବ୍ୟାଙ୍କ ଓ ସବୁ ବୀମା କାର୍ଯ୍ୟାଳୟକୁ ଦୁଇ ଦିନ ଧରି ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନେଇଛି ବଲାଙ୍ଗୀର ଆକ୍ସନ କମିଟି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସବୁ ଦାବି ପୂରଣ ଦିଗରେ କର୍ଣ୍ଣପାତ କରୁ ନଥିବାରୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କମିଟି କହିଛି।