ଓଡିଶା

odisha

ETV Bharat / state

ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖିଥିଲା ଇଟାଭାଟି ମାଲିକ, ଉଦ୍ଧାର କଲା ପ୍ରଶାସନ - ବାପା ପାଇଁ ବନ୍ଧକ ରହିଲା ଝିଅ

ଦାଦନ ଶ୍ରମିକ ମୃତ୍ୟୁ ପରେ ଝିଅକୁ ବନ୍ଧକ ରଖିଥିଲା ଇଟାଭାଟି ମାଲିକ । ପ୍ରଶାସନର ହସ୍ତକ୍ଷେପ ପରେ ମୁକୁଳିଲେ ନାବାଳିକା । ଅଧିକ ପଢନ୍ତୁ

balangir migrant labour bonded
balangir migrant labour bonded

By

Published : Mar 13, 2023, 12:11 PM IST

ବନ୍ଧକ ରଖିଥିଲା ଇଟାଭାଟି ମାଲିକ, ଉଦ୍ଧାର କଲା ପ୍ରଶାସନ

ବଲାଙ୍ଗୀର:ଜିଲ୍ଲାରେ ଦାଦନ ଦୁଃଖ । ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଇଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତଦେହ ଆଣିବାକୁ ଯାଇ ବନ୍ଧା ପଡିଥିଲେ ନାବାଳିକା ଝିଅ । ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ବାଗଡୋର୍ ପଞ୍ଚାୟତର ବାନମାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପ୍ରଶାସନର ଉଦ୍ୟମକ୍ରମେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଅନୁସାରେ, ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ପୁଣି ଦାଦନ ଦୁଃଖ । ବାନମାଲ ଗ୍ରାମର ସୁକ ଦେବା ପାରା ଭୁଏ ପେଟ ପାଟଣା ପାଇଁ ତେଲେଙ୍ଗାନା ରାଜ୍ୟକୁ ସପରିବାର ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ଇଟା ଭାଟିରେ କାମ କରୁଥିବା ବେଳେ ଶୁକଦେବ ପାରାଭୁଏ ଅସୁସ୍ଥ ହୋଇଥିଲେ । ତେବେ ଚିକିତ୍ସା ଅଭାବରୁ ଗତ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେପଟେ ଇଟାଭାଟି ମାଲିକ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏକ ଆମ୍ବୁଲେନ ଯୋଗେ ଗାଁକୁ ପଠାଇଥିଲେ । ହେଲେ ଏହି ପରିବାରବର୍ଗ ଇଟାଭାଟି ମାଲିକଙ୍କ କିଛି ଟଙ୍କା ଆଗ୍ରୀମ ନେଇଥିବାରୁ ସେ ତାଙ୍କର ଜଣେ ନାବାଳିକା ଝିଅକୁ ବନ୍ଧକ ଭାବରେ ରଖିଥିଲେ ।

ତେବେ ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ସେହିପରି ନାବାଳିକା ଝିଅ ଉଦ୍ଧାର ନହେବା ପର୍ଯ୍ୟନ୍ତ ମୃତଦେହର ଅନ୍ତିମ ସଂସ୍କାର ନକରିବା ପାଇଁ ଜିଦ ଧରିଥିଲେ । ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ନାବାଳିକାକୁ ଉଦ୍ଧାର କରି ବଲାଙ୍ଗୀର ଆଣିଥିଲେ । ସେହିପରି ଚାଇଲ୍ଡ ଲାଇନ୍, ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂପୃକ୍ତ ପରିବାରକୁ ଭେଟି ଏହା ଉପରେ ଅଧିକ ତଦନ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସୁନ୍ଦରଗଡରେ ୫ଟି ସଚିବ: ସ୍କୁଲ-ମନ୍ଦିର-କାଫେ ବୁଲିଲେ ପାଣ୍ଡିଆନ, କଲେ ମାରାଥନ ସମୀକ୍ଷା

ସେପଟେ ଗ୍ରାମବାସଙ୍କ କହିବା ଅନୁସାରେ ଏହି ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ପେଟପାଟଣା ପାଇଁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ତେବେ ସେଠି ଶାରୀରିକ ନିର୍ଯାତନା ପାଇ ଶୁକଦେବ ପାରଭୁଏଙ୍କ ମୃତ୍ୟୁ ହୋଇଥିଲା । ସେ କିଛି ଟଙ୍କା ପାଇଁ ତାଙ୍କ ନାବାଳିକା ଝିଅକୁ ବନ୍ଧକ ରଖି ମୃତଦେହ ଓ ଅନ୍ୟମାନଙ୍କୁ ବଲାଙ୍ଗୀର ପଠାଇଥିଲେ । ସେପଟେ ଗ୍ରାମବାସୀ ଏହା ଜାଣିବା ପରେ ପ୍ରଶାସନକୁ ଏହାକୁ ନେଇ ଅବଗତ କରାଇବା ସହ ନାବାଳିକା ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ଝିଅ ଉଦ୍ଧାର ହୋଇ ଆସିବା ପରେ ଗତକାଲି(ରବିବାର) ଅନ୍ତିମ ସଂସ୍କାର କରିଯାଇଥିବା ନେଇ ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details