ବଲାଙ୍ଗୀର: ପୁନଃସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ବଲାଙ୍ଗୀର ବନ୍ଦ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଆଜିବି ଜିଲ୍ଲାର ସବୁ ସରକାରୀ କଳ ଅଚଳ ରହିଛି । ତେବେ ଦୁଇଦିନିଆ ବନ୍ଦ ଡାକରା ସଫଳ ହୋଇଥିବାବେଳେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି । ସେପଟେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବା ସହ ସବୁ ମାସର ତୃତୀୟ ବୁଧବାର ଓ ଗୁରୁବାର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
ତେଜୁଛି ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ଦ୍ବିତୀୟ ଦିନରେ ବନ୍ଦ ସରକାରୀ ଅଫିସ - 2ୟ ଦିନରେ ଓକିଲ ସଂଘ ବନ୍ଦ ଡାକରା
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଏହି ଆନ୍ଦୋଳନରେ ଆଜି ମଧ୍ୟ ବଲାଙ୍ଗୀର ଓକିଲ ସଂଘ ଓ ତାଙ୍କୁ ସମର୍ଥନ ଦେଉଥିବା ଶତାଧିକ ସଂଘ ସହରରେ ପିଂକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ଚାଲିଥିବା ଏହି ଆନ୍ଦୋଳନରେ ଆଜି ମଧ୍ୟ ବଲାଙ୍ଗୀର ଓକିଲ ସଂଘ ଓ ତାଙ୍କୁ ସମର୍ଥନ ଦେଉଥିବା ଶତାଧିକ ସଂଘ ସହରରେ ପିଂକେଟିଙ୍ଗି କରି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ କଚେରୀ ସମେତ ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ