ବଲାଙ୍ଗୀର: ଜିଲ୍ଲାରେ ଧୁମ୍ଧାମରେ ପାଳିତ ହୋଇଛି ମୁସଲମାନଙ୍କର ବକରୀ ଇଦ । ଆତ୍ମସମର୍ପଣ ଓ ବଳିଦାନର ଏହି ପର୍ବକୁ ହର୍ଷୋଲ୍ଲାସର ସହ ସବୁ ମୁସଲମାନ ପାଳନ କରୁଛନ୍ତି । ସୋମବାର ସହରର ସବୁ ମୁସଲମାନ ଭାଇମାନେ ସ୍ଥାନୀୟ ସୁନ୍ନି ସଦର ମସଜିଦରେ ସମୂହ ନମାଜ ପାଠ କରି ଓ ପରସ୍ପରଙ୍କୁ ଇଦର ଅଭିନନ୍ଦନ ଜଣାଇଛନ୍ତି ।
ଧୁମ୍ଧାମରେ ଇଦ୍-ଉଲ୍-ଜୁହା ପାଳିଲେ ବଲାଙ୍ଗୀରବାସୀ
ରାଜ୍ୟର ସମସ୍ତ ସ୍ଥାନରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବକରୀ ଇଦ୍ ପର୍ବ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ହର୍ଷୋଲ୍ଲାସର ସହ ପାଳିତ ହୋଇଛି ବକରୀ ଇଦ୍ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ଏହାପରେ ସମସ୍ତେ ନିଜ ଘରେ ପୂର୍ବ ପୁରୁଷଙ୍କୁ ମନେ ପକାଇ କୁର୍ବାନି ଦେବା ସହ ମିଳି ମିଶି ଏହାକୁ ପାଳନ କରିବେ । ଆସନ୍ତା ଦୁଇ ଦିନ ଧରି ଏହି ପର୍ବରେ ସବୁ ମୁସଲମାନ ଭାଇ ମାନେ କୁର୍ବାନୀ ଦେବା ସହ ବଳିଦାନର ଏହି ପର୍ବରେ ସାମିଲ ହେବେ । ବିଶେଷ କରି ଏହି ପର୍ବରେ ମୁସଲମାନ ଭାଇ ମାନେ ଦାନ ଧର୍ମ କରିବା ସହ ପଶୁ ବଳି ଦେଇଥାନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ