ଓଡିଶା

odisha

ETV Bharat / state

ସରିଲା ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା - ପାଟଣାଗଡରେ ବଏଲ ଯାତ୍ରୀ ସମାପିତ

ବଲାଙ୍ଗୀରର ପାଟଣାଗଡରେ ସମ୍ପନ୍ନ ହେଲା ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା । କୋଭିଡ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନଗର ପରିକ୍ରମା କଲେ ମା’ । ଅଧିକ ପଢନ୍ତୁ...

ଶେଷ ହେଲା ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା
ଶେଷ ହେଲା ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା

By

Published : Oct 14, 2021, 4:17 PM IST

ବଲାଙ୍ଗୀର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ବରୀଙ୍କ ପ୍ରସିଦ୍ଧ ତଥା ଐତିହାସିକ ବଏଲ ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି। କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ ପରିବେଶରେ ମା’ଙ୍କର ଏହି ଐତିହାସିକ ଯାତ୍ରା ସମ୍ପନ୍ନ ହୋଇଛି । ପାଟଣାଗଡ଼ରେ ଥିବା ମା’ଙ୍କ ପୀଠରେ ଏହି ଯାତ୍ରା ରାତି ତମାମ ଚାଲିଥିଲା। ଯେଉଁଥିରେ ମା’ ବରୁଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ନଗର ପରିକ୍ରମା କରିଥିଲେ। ସେହିପରି ମା’ ଆବିର୍ଭୁତ ହେବା ସହ ପ୍ରଥମେ ଶତ୍ରୁ ନାଶର ପ୍ରତୀକ ଖପରଚୂପା ବିଧି ଅନୁଷ୍ଠିତ ହୋଇଥିଲା। ସେହିପରି ଗଡକୁ ସୁରକ୍ଷା ଦେବା ପାଇଁ ଅସ୍ୟମଳଙ୍କ ସମାଧିରେ ଲାଠି ପ୍ରହାର ବିଧି ସମ୍ପନ୍ନ ହୋଇଥିଲା। ସମାନ ଭାବରେ ସହର ମଧ୍ୟରେ ମା’ ପରିକ୍ରମା କରି ସହରର ଚାରି ଦିଗକୁ ରାକ୍ଷସ ଓ ଶତ୍ରୁଙ୍କ ଠାରୁ ସୁରକ୍ଷା ଦେବା ପାଇଁ ତନ୍ତ୍ରମନ୍ତ୍ରରେ ଆବଦ୍ଧ କରିଥିଲେ।

ଶେଷ ହେଲା ମା’ ପାଟଣେଶ୍ବରୀଙ୍କ ବଏଲ ଯାତ୍ରା

ତେବେ କିମ୍ବଦନ୍ତୀ ଅନୁସାରେ, ଆଜିକୁ ପ୍ରାୟ 2ହଜାର ବର୍ଷ ପୂର୍ବେ ତତ୍କାଳୀନ ପାଟଣା ରାଜ୍ୟର ମହାରାଜା ରମାଇ ଦେଓ ଏଠାରେ ଶାସନ କରୁଥିବା ୮ଟି ମଲ୍ଲଙ୍କୁ ନାଶ କରି ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ସେହି ଦିନଠାରୁ ଏଠି ମା’ ପାଟଣେଶ୍ବରୀଙ୍କୁ ସ୍ଥାପନ କରି ରାଜା ରମାଇ ଦେଓ ପୂଜା ଆରାଧାନା ଆରମ୍ଭ କରିଥିଲେ । ସେହିପରି ବିଶ୍ବାସ ରହିଛି ମା ପାଟଣେଶ୍ବରୀ ସେହି ଦିନଠାରୁ ଏହି ଗଡର ସୁରକ୍ଷା କରିବା ଶହ ଭକ୍ତଙ୍କ ମନସ୍କାମନା ପୂରଣ କରି ଆସୁଛନ୍ତି । ବର୍ଷକୁ ଥରେ ନବମୀ ଓ ଦଶହରା ତିଥିରେ ମା’ ପ୍ରତ୍ୟକ୍ଷ ଭାବେ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ଯାହାକୁ ଵଏଲ୍ ଯାତ୍ରା ବୋଲି କୁହାଯାଇଥାଏ ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details