ଓଡିଶା

odisha

ETV Bharat / state

ଶିଶୁଙ୍କ ଉପରେ ମୋବାଇଲ ପ୍ରଭାବକୁ ନେଇ ପ୍ରସ୍ତୁତ ସର୍ଟ ଫିଲ୍ମ ରିଲିଜ

ରିଲିଜ ହେଲା ସର୍ଟ ଫିଲ୍ମ 'ସୁଖରେ ଘରେ ଦୁଃଖର ଝରିଆ' । ଛୋଟ ଶିଶୁଙ୍କ ଉପରେ ନେଇ ସଚେତନତାମୂଳକ ସର୍ଟ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

bad impact of mobile on child short film released in bolangir
ଶିଶୁଙ୍କ ଉପରେ ମୋବାଇଲ ପ୍ରଭାବକୁ ନେଇ ପ୍ରସ୍ତୁତ ସର୍ଟ ଫିଲ୍ମ ରିଲିଜ

By

Published : Oct 12, 2021, 10:56 PM IST

ବଲାଙ୍ଗୀର : ସଚେତନତାମୂଳକ ସର୍ଟ ଫିଲ୍ମ 'ସୁଖରେ ଘରେ ଦୁଃଖର ଝରିଆ' ରିଲିଜ । ଆଜିକାଲି ମୋବାଇଲର ବହୁଳ ବ୍ୟବହାର ଓ ତାର ଶିଶୁଙ୍କ ଉପରେ ପଡ଼ୁଥିବା କୁପ୍ରଭାବ ଉପରେ ତିଆରି ହୋଇଛି ଏହି ସଚେତନତାମୂଳକ ସିନେମା ।

ଶିଶୁଙ୍କ ଉପରେ ମୋବାଇଲ ପ୍ରଭାବକୁ ନେଇ ପ୍ରସ୍ତୁତ ସର୍ଟ ଫିଲ୍ମ ରିଲିଜ

ମୋବାଇଲର ବହୁଳ ବ୍ୟବହାର ଓ ତାର ଶିଶୁଙ୍କ ଉପରେ ପଡ଼ିଥିବାକୁ ପ୍ରଭାବ ଉପରେ ତିଆରି ହୋଇଥିବା ସିନେମା ସୁଖର ଘରେ ଦୁଃଖର ଝରିଆ ରିଲିଜ୍ ହୋଇଛି। ବଲାଙ୍ଗୀର ଯାଦବ ଭବନ ଠାରେ କୋଶଳୀ ଭାଷାର ଏହି ସିନେମା ରିଲିଜ୍ ହୋଇଛି । ଯାହାର ପ୍ରଯୋଜନା ଦେଇଛନ୍ତି ନବୀନ କିଶୋର ବେହେରା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମଲ୍ଲିକ। ସେହିପରି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନିଶାର ଅହମଦ ନିଶାର ଓ ଦିଲୀପ ବିଶି ।

ତେବେ ଏହି ସିନେମାରେ ମୋବାଇଲରେ ଶିଶୁମାନେ କେମିତି ତାଙ୍କର ଭବିଷ୍ୟତ ଖରାପ କରୁଛନ୍ତି ଓ ପରିବାର ତାହା ଦର୍ଶାଯାଇଛି। ଏହାର କେମିତି ପ୍ରଭାବ ପଡିଛି ତାହାରି ଉପରେ ଏହି ସିନେମା ତିଆରି ହୋଇଛି । ଏହି ସଚେତନତାମୂଳକ ସିନେମା ଲୋକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details