ଓଡିଶା

odisha

ETV Bharat / state

୨୫ ଫୁଟ ଗଭୀର କୂଅ ଭିତରୁ ଶିଶୁକନ୍ୟା ଜୀବିତ ଉଦ୍ଧାର - ୨୫ ଫୁଟ ଗଭୀର କୂଅରେ ଶିଶୁକନ୍ୟା

୨୫ ଫୁଟ ଗଭୀର କୂଅ ଭିତରୁ ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଅଧିକ ପଢନ୍ତୁ

୨୫ ଫୁଟ ଗଭୀର କୂଅ ଭିତରୁ ଶିଶୁକନ୍ୟା ଜୀବିତ ଉଦ୍ଧାର
୨୫ ଫୁଟ ଗଭୀର କୂଅ ଭିତରୁ ଶିଶୁକନ୍ୟା ଜୀବିତ ଉଦ୍ଧାର

By

Published : Jun 24, 2023, 11:58 AM IST

Updated : Jun 24, 2023, 2:01 PM IST

୨୫ ଫୁଟ ଗଭୀର କୂଅ ଭିତରୁ ଶିଶୁକନ୍ୟା ଜୀବିତ ଉଦ୍ଧାର

ବଲାଙ୍ଗୀର:କଥାରେ ଅଛି ରଖେ ହରି ତ ମାରେ କିଏ । ଏହି ଉକ୍ତିଟିର ସତ୍ୟତା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ପଦ୍ମପୁର ଗ୍ରାମରେ । ଏଠାରେ ଜଣେ ୫ ବର୍ଷର ଶିଶୁକନ୍ୟା ଘର ଅଗଣାରେ ଖେଳୁ ଖେଳୁ ପାଖରେ ଥିବା ୨୫ ଫୁଟ ଗଭୀର କୂଅ ମଧ୍ୟକୁ ଖସି ପଡିଥିଲା । କୂଅରେ ପାଣି ଥିବା ସହ ଏହା ଖୁବ୍ ସଂକୀର୍ଣ୍ଣ ହୋଇଥିବାରୁ ପରିବାର ଓ ଗାଁ ଲୋକେ ପିଲାଟିକୁ ବାହାର କରିପାରିନଥିଲେ । ଖବର ପାଇବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଭୀର କୂଅ ଭିତରୁ ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରିଛନ୍ତି । ଏତେ ଗଭୀର କୂଅରେ ପଡିବା ସତ୍ତ୍ବେ ପିଲାଟି ସୁରକ୍ଷିତ ଉଦ୍ଧାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ସୂଚନା ଅନୁସାରେ, ପଦ୍ମପୁର ଗ୍ରାମର ଜିତୁ ବିଶ୍ଵାଳଙ୍କ ପାଞ୍ଚ ବର୍ଷର ଝିଅ ନିଜ ଅଗଣାରେ ଖେଳୁଥିଲା । ଖେଳୁ ଖେଳୁ ସେ ସେଠାରେ ଥିବା ୨୫ ଫୁଟ ଗଭୀର କୂଅ ମଧ୍ୟକୁ ଖସି ପଡିଥିଲା । ଏହାଦେଖି ପିଲାଟିବାକୁ ବଞ୍ଚାଇବାକୁ ପଡୋଶୀମାନେ ଧାଇଁ ଆସିଥିଲେ । ହେଲେ କୂଅଟି ଅତି ଗଭୀର ଓ ସଂକୀର୍ଣ୍ଣ ହୋଇଥିବାରୁ ତା' ଭିତରକୁ ଯିବା ସମ୍ଭବ ହୋଇନଥିଲା । ଏହାପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବଲାଙ୍ଗୀର ଅଗ୍ନିଶମ ବାହିନୀ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀ କୂଅ ଭିତରେ ପଶି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ଯାହାଫଳରେ ଶିଶୁକନ୍ୟା କୂଅରୁ ଜୀବିତ ଉଦ୍ଧାର ହୋଇଛି । କୂଅକୁ ଖସିବା ଯୋଗୁଁ ପିଲାଟି ଖୁବ ଭୟଭୀତ ଥିବା ସହ ଶରୀରରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁକନ୍ୟା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଡାକ୍ତର ଜଣାଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଅଗ୍ନିଶମ କର୍ମଚାରୀ ବସନ୍ତ ମେହେର କହିଛନ୍ତି ଯେ, ଘଟଣା ସମ୍ପର୍କରେ ଜଣାପଡିବା ମାତ୍ରେ ଆମ ଟିମ୍ ସଙ୍ଗେ ସଙ୍ଗେ ପୁଇଁତଳାର ପଦ୍ମପୁର ଗ୍ରାମକୁ ଆସିଥିଲୁ । କୂଅଟି ଅତି ସଂକୀର୍ଣ୍ଣ ଏବଂ ଏଥିରେ ପାଣି ଥିବାରୁ ସଠିକ୍ ଯୋଜନା ସହ ଟିମର ସଦସ୍ୟ ଏହା ଭିତରକୁ ଓହ୍ଲାଇଥିଲେ । ଶିଶୁ ଜୀବିତ ଥିବାବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଲୋକଙ୍କ ଅସାବଧାନତା ହେତୁ ଏଭଳି ଘଟଣା ବାରମ୍ବାର ଘଟୁଛି । ତେଣୁ ଖୋଲାରେ ଥିବା କୂଅ ଉପରେ ଢାଙ୍କୁଣି ପକାଇବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ବ୍ୟବହାର ହେଉନଥିବା କୂଅକୁ ପୋତି ଦେବାର ଆବଶ୍ୟକତା ରହିଛି ବୋଲି ଲୋକେ କହିଛନ୍ତି । ନଚେତ୍ ଅନେକ ସମୟରେ ମଣିଷ ଓ ପଶୁମାନେ ଏହା ଭିତରେ ଖସି ପଡି ମୃତ୍ୟୁମୁଖରୁ ପଡୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 24, 2023, 2:01 PM IST

ABOUT THE AUTHOR

...view details