ବଲାଙ୍ଗୀର: ଜିଲ୍ଲାରେ ବିଜେଡି କର୍ମୀଙ୍କ ଦାଦାଗିରି ହେଉଥିବା ଅଭିଯୋଗ ହୋଇଛି । ଶାସକ ଦଳ ବିଜେଡି କର୍ମୀଙ୍କ ଦାଦାଗିରି ଓ ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଶାସକ ଦଳକୁ ଘେରିଛନ୍ତି । ଏ ନେଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ।
ସୂଚନାଅନୁସାରେ, ଖପ୍ରାଖୋଲ ବେନ୍ କେରା ଗ୍ରାମର ଆଦିବାସୀ ଯୁବକ ତଥା ସକ୍ରିୟ କୋଶଳ କର୍ମୀ ରାଜୀବ ରଞ୍ଜନ ବାରିହାଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ପରେ ଆହତ ଯୁବକ ଏବେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ବଲାଙ୍ଗୀର ଆଦିବାସୀ ସଂଘ ଓ କୋଶଳ ସମନ୍ଵୟ ସମିତି ଆନ୍ଦୋଳନ ମଧ୍ୟ କରିବା ଆରମ୍ଭ କରିଛି । ଦୋଷୀ ମାନଙ୍କୁ ଶୀଘ୍ର ଗିରଫ ଦାବି କରିଛି । ଘଟଣାକୁ ଜିଲ୍ଲା କଂଗ୍ରେସ ତୀବ୍ର ନିନ୍ଦା କରିବା ଶହ ବିଜେଡି ଦଳ ଆଦିବାସୀ ମାନଙ୍କ ପ୍ରତି କିଭଳି ଅତ୍ୟାଚାର କରୁଛନ୍ତି ତାହା ଏହା ଏକ ବଳିଷ୍ଠ ଉଦାହରଣ ବୋଲି ଏମାନେ ଅଭିଯୋଗ କରିଛନ୍ତି । ସମାନ ଭାବରେ ଏମାନଙ୍କର ଚାପରେ ପୋଲିସ ମଧ୍ୟ ଚୁପ ବସିଥିବା ଅଭିଯୋଗ କରିଛି କଂଗ୍ରେସ ।