ଓଡିଶା

odisha

ETV Bharat / state

ଡାକ୍ତରଙ୍କୁ ମାଡ଼ ଘଟଣା, ଦୁଇ କୋର୍ଟ ଚାଲାଣ - two accused arrested

Attack on doctor case: ଡାକ୍ତରଙ୍କୁ ମାଡ଼ ମାରି ଗିରଫ ହେଲେ ଦୁଇ ଅଭିଯୁକ୍ତ । ରେଗୀ ସେବାକୁ କେନ୍ଦ୍ରକରୀ ହୋଇଥିଲା ଆକ୍ରମଣ ।ଡାକ୍ତରୀ ସୁରକ୍ଷା ଆଇନ୍ ଓ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ହେଲେ କୋର୍ଟ ଚାଲାଣ ।ଅଧିକ ପଢନ୍ତୁ

ବଲାଙ୍ଗୀରରେ ଡାକ୍ତରଙ୍କୁ ମାଡ଼ ଘଟଣା ,ଦୁଇ କୋର୍ଟ ଚାଲାଣ
ବଲାଙ୍ଗୀରରେ ଡାକ୍ତରଙ୍କୁ ମାଡ଼ ଘଟଣା ,ଦୁଇ କୋର୍ଟ ଚାଲାଣ

By ETV Bharat Odisha Team

Published : Dec 30, 2023, 7:44 PM IST

ବଲାଙ୍ଗୀରରେ ଡାକ୍ତରଙ୍କୁ ମାଡ଼ ଘଟଣା ,ଦୁଇ କୋର୍ଟ ଚାଲାଣ

ବଲାଙ୍ଗୀର: ଡାକ୍ତରଙ୍କୁ ମାଡ଼ ମାରି ଦୁଇ ଅଭିଯୁକ୍ତ ଗିରଫ । ଆଜି ଡାକ୍ତରୀ ସୁରକ୍ଷା ଆଇନ୍ ଓ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ହେଲେ କୋର୍ଟ ଚାଲାଣ । ବଲାଙ୍ଗୀର ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଡାକ୍ତର ସମୂହଙ୍କ ପ୍ରତିବାଦ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ଯେଉଁଥିରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ତେବେ ଏଥିରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଗତକାଲି କନ୍ଧମାଳ ଗୋଛା ପଡାରୁ ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ମାମଲା ଶାନ୍ତ ପଡିଥିଲା ।

ତେବେ ଗତ 28 ତାରିଖ ସନ୍ଧ୍ୟାରେ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ନିଜ ଆଉଟ ଡୋର ଡ୍ୟୁଟି ସାରି କଲେଜକୁ ଫେରୁଥିବା ବେଳେ ଡାକ୍ତର ବିଶ୍ୱରଂଜନ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇ ଏବେବି ଭୀମ ଭୋଇ ମେଡ଼ିକାଲ କଲେଜ ଡାକରଖାନା ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏହାକୁ ବିରୋଧ କରି ସବୁ ଜୁନିୟର ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିଲେ ।

ଏପରିକି ସବୁ ଓପିଡ଼ି ସେବାକୁ ମଧ୍ୟ ବନ୍ଦ କରି ଦେଇଥିଲେ । ଯାହା ଫଳରେ ସ୍ୱାସ୍ଥ୍ୟ ସେବା ଠପ ହୋଇ ଯାଇଥିଲା । ଅନ୍ୟପଟେ ପୋଲିସ ଏଥିରେ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ କନ୍ଧମାଳ ଜିଲ୍ଲାରୁ ଗିରଫ କରିବା ପରେ ଡାକ୍ତରମାନେ ଆନ୍ଦୋଳନରୁ ଓହରିଥିଲେ ।ତେବେ ଆଜି ଏହି ଦୁଇ ଅଭିଯୁକ୍ତ ସମୀର ବଡମାଲି ଓ ଲୀପୁନ ଏଲିଆସ ରାଜୁ ସାହୁଙ୍କୁ ଟାଉନ ଥାନା କେଶ ନମ୍ବର 740ରେ ଦଫାନ341, 294, 323,324,307, 34 ଆଇପିସି ଓ ଡାକ୍ତରୀ ବ୍ୟକ୍ତି ସୁରକ୍ଷା ତଥା ସମ୍ପତ୍ତି ହାନି ଏମ ଏସପିଏମଏସଆଇ 2008ରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର ସହ ଏକ ବାଇକ ଓ ମୋବାଇଲ ପୋଲିସ ଜବତ କରିଛି । ଏନେଇ ଆଜି ଏସ ଡି ପି ଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଡ଼ାକ୍ତରଙ୍କୁ ମାଡ ଘଟଣା: ପ୍ରତିବାଦକୁ ଓହ୍ଲାଇଲେ ଡାକ୍ତର, ଦୁଇ ଗିରଫ

ସେ କହିଛନ୍ତି, "ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଆଉଟ ଡୋର ଦାୟିତ୍ୱରେ ଥିବା ଡାକ୍ତର ବିଶ୍ୱ ରଞ୍ଜନ ସାହୁଙ୍କ ପାଖକୁ ଜଣେ ମହିଳା ଚିକିତ୍ସା ପାଇଁ ଆସିଥିଲେ । ଏବଂ ଅନ୍ୟ ମହିଳା ଡାକ୍ତରଙ୍କ ଉପସ୍ଥିତରେ ଡାକ୍ତର ତାଙ୍କୁ ରୋଗୀ ଭାବରେ ଚିକିତ୍ସା ଦେଇଥିଲେ । ହେଲେ ମାଡ ମାରିଥିବା ଯୁବକ ସମୀର ବଡମାଲିର ସେ ସ୍ତ୍ରୀ ହୋଇ ଥିବା ବେଲେ ସମୀର ଏଥିରେ ଉତକ୍ଷିପ୍ତ ହୋଇଥିଲା । ଏବଂ ମୋ ସ୍ତ୍ରୀ କି କାହିଁକୁ ତୁ ହାତ ଲାଗେଇଲୁ ବୋଲି ତାଙ୍କୁ ସେ ଏହି ଆକ୍ରମ କରିଥିଲା । ତେବେ ଜଣେ ଡାକ୍ତରଙ୍କ ଏହା କାମ ଓ ଡାକ୍ତର ଜଣକ ତାଙ୍କ କାମ କରିଥିଲେ ବୋଲି ସେ କହିଥିଲେ ।" ଅନ୍ୟପଟେ ଡାକ୍ତରଙ୍କ ବିରୋଧରେ ମଧ୍ୟ ସମ୍ପୃକ୍ତ ମହିଳା ଅସଭ୍ୟ ଭାଷା ଓ ନିର୍ଯ୍ୟାତନାର ଅଭିଯୋଗ କରିଥିବା ବେଳେ ତାର ମଧ୍ୟ ପୋଲିସ ତଦନ୍ତ କରୁଛି । ଏଥିପାଇଁ ଏକ ରିପୋର୍ଟ ସମ୍ପୃକ୍ତ ମେଡ଼ିକାଲ କଲେଜ କର୍ତ୍ତୁପକ୍ଷଙ୍କୁ ମାଗିଛି ପୋଲିସ ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details