ଓଡିଶା

odisha

ETV Bharat / state

ଆଶାକର୍ମୀ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ - ରାଜରାସ୍ତାକୁ ଓହ୍ଲାଇଲେ ଆଶା କର୍ମୀ

ଆଶା କର୍ମୀଙ୍କ ସରକାରୀ ଚାକିରୀ ମାନ୍ୟତା, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ। ବଲାଙ୍ଗୀରରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶା କର୍ମୀ। ଅଧିକ ପଢନ୍ତୁ

Asha worker protest
Asha worker protest

By

Published : Feb 27, 2023, 10:45 PM IST

Asha worker protest

ବଲାଙ୍ଗୀର: ବଲାଙ୍ଗୀରରେ ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଆଶା କର୍ମୀ। ଜିଲ୍ଲାର ସମସ୍ତ ବ୍ଲକର ଆଶା କର୍ମୀ ହେଲେ ଏଥିରେ ସାମିଲ। ତେବେ ଆଶା କର୍ମୀଙ୍କ ସରକାରୀ ଚାକିରୀ ମାନ୍ୟତା, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ଆଜି ଏମାନେ ଏହି ଆନ୍ଦୋଳନ କରିଥିଲେ। ଯେଉଁଥିରେ ଏକ ବିଶାଳ ଶୋଭାଯାତ୍ରା ରେ ଆସି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରଥିଲେ। ତେବେ ନିଖିଳ ଓଡିଶା ଆଶା କର୍ମୀ ସଂଘର ଡ଼ାକରାରେ ଆଶାକର୍ମୀମାନେ ଏକାଠି ହୋଇ ଆନ୍ଦୋଳନ କରିଥିଲେ। ଯେଉଁଥିରେ ଜିଲ୍ଳାର 23 ଶହ ଆଶାକର୍ମୀ ସାମିଲ ହୋଇଥିବା ବେଳେ ଏମାନେ ସବୁ ବେଳେ ଆଗରେ ରହି ଆସୁଛନ୍ତି। ଏପରି କି କୋଭିଡ଼ ସମୟରେ ମଧ୍ୟ ଏମାନେ ଆଗରେ ରହି କୋଭିଡ ସଂକ୍ରମିତ ହୋଇ ସେବା କରିଥିଲେ। ହେଲେ ସରକାର ଏମାନଙ୍କ ସେବାକୁ ଭୁଲି ଯାଇଥିବାର କହିଛନ୍ତି ବଲାଙ୍ଗୀର ଜିଲ୍ଲା ଆଶା କର୍ମୀ ସମ୍ପାଦିକା ଅମୀ ଗୁପ୍ତା।

ସେହିପରି ଏମାନଙ୍କ ଚାକିରୀ ସ୍ଥାୟୀ କରିବା ସହ ମାସକୁ 26 ହଜାର ଟଙ୍କା ଦରମା ଦେବାକୁ ସେ ଦାବି କରିଛନ୍ତି। ତେବେ ଆଜି ସେମାନେ ଏଠି ଆନ୍ଦୋଳନ କରିଥିବା ବେଳେ ଆସନ୍ତା 15 ତାରିଖରେ ଭୁବନେଶ୍ୱର ଠାରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଏଥିସହ ରାଜ୍ୟ ନିଖିଳ ଆଶାକର୍ମୀ ସଂଘର ରାଜ୍ୟ ସମ୍ପାଦିକା ନମିତା ସାହୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହାସହ ଆଶା କର୍ମୀ ମାନେ 2006 ରୁ ଆଜି ଯାଏଁ ନରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେଇ ଆସୁଥିବାର ସେ କହିଛନ୍ତି।

ଯେଉଁଥିରେ ସବୁ କଷ୍ଟକୁ ପଛରେ ପାକାଇ ଏମାନେ ଗର୍ଭବତୀ ମା ମାନଙ୍କ ପାଇଁ ସେବା ଯୋଗାଇ ଦେଇ ଆସୁଛନ୍ତି। ଯାହାଦ୍ୱାରା ମା ଓ ଶିଶୁ ମୃତ୍ୟୁ ହାର ଓଡିଶାରେ କମିଛି। ଯାହାର ମୁଖ୍ୟ ଏମାନେ ହେଲେ ସରକାର ଏମାନଙ୍କୁ ଅଣଦେଖା କରୁଥିବାର ସେ କହିଛନ୍ତି। ତେବେ ଏମାନଙ୍କୁ ସ୍ଥାୟୀ ଚାକିରୀ ଦେବା ସହ ମାସିକ 26 ହଜାର ଟଙ୍କା ଦରମା ଦେବା ସେ ଦାବି କରିଛନ୍ତି । ନ ହେଲେ ଏମାନେ ଆଗାମୀ ଦିନରେ ବିଧାନସଭାକୁ ଅଚଳ କରିବେ ବୋଲି କହିଛନ୍ତି।

ଏନେଇ ଆଶା କର୍ମୀ ସଂଘ ସମ୍ପାଦିକା ଅମୀ ଗୁପ୍ତା କହିଛନ୍ତି," ଆଜି ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ହୋଇପାରିଲୁନୁ। ଆମକୁ ସରକାର ଖାଲି କାମ କରଉଛନ୍ତି ହେଲେ ଆମକୁ ଭରପୋଷଣ ଦେଉନାହାନ୍ତି। ଆମେ କୋଭିଡ ସମୟରେ ବି ଲଢିଛୁ ହେଲେ ଆମକୁ କୌଣସି ସୁବିଧା ମିଳନି। ତେଣୁ ଆମମାନଙ୍କର ଦାବି ହେଉଛି ଆମକୁ ସରକାରୀ ମାନ୍ୟତା ଦିଆଯାଉ। ଏଥିସହ ପ୍ରତିମାସରେ ଆମକୁ 26ହଜାର ଟଙ୍କାର ମାସିକ ବେତନ ଦିଆଯାଉ। "

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details