ଓଡିଶା

odisha

ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ଆଉ ଏକ ଷ୍ଟେସନକୁ ଗଡିଲା ଟ୍ରେନ - ବିଚ୍ଛୁପାଲି ପଟୁ ଗଡ଼ିଲା ଆଉ ଏକ ଟ୍ରେନ

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ କାର୍ଯ୍ୟ ଶେଷ ହେବାର ନାଁ ନେଉନଥିବା ବେଳେ ଆଜି ଏହି ରେଳପଥ ଦେଇ ନୂଆ ଷ୍ଟେସନକୁ ଟ୍ରେନ ଗଡ଼ିଛି । ଅଧିକ ପଢନ୍ତୁ

ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ବିଚ୍ଛୁପାଲି ପଟୁ ଗଡ଼ିଲା ଆଉ ଏକ ଟ୍ରେନ
ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ବିଚ୍ଛୁପାଲି ପଟୁ ଗଡ଼ିଲା ଆଉ ଏକ ଟ୍ରେନ

By

Published : Nov 10, 2022, 10:31 PM IST

ବଲାଙ୍ଗୀର: ଖୋର୍ଦ୍ଧା ବଲାଙ୍ଗୀର ରେଳପଥ (Khurda-Balangir Rail line) କାମ ବିଶେଷ ଆଗେଇ ନଥିବା ବେଳେ ବଲାଙ୍ଗୀର ପଟୁ ଆଜି ପୁଣି ଏକ ନୂଆ ଷ୍ଟେସନକୁ ଗଡ଼ିଛି ଟ୍ରେନ। ବଲାଙ୍ଗୀର ବିଚ୍ଛୁପାଲି ଷ୍ଟେସନରୁ ଝାର ତରଭାକୁ ଏହି ଟ୍ରେନ ଗଡିଛି। କେବଳ ପରୀକ୍ଷଣ ପାଇଁ ଏକ ଦ୍ରୁତ ଗତି ଟ୍ରେନକୁ ଏହି ଲାଇନରେ ବଲାଙ୍ଗୀର ପଟୁ ଚଲାଯାଇଥିବା ଜଣାପଡ଼ିଛି ।

ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ବିଚ୍ଛୁପାଲି ପଟୁ ଗଡ଼ିଲା ଆଉ ଏକ ଟ୍ରେନ

ବଲାଙ୍ଗୀର ପଟୁ କାମ ଆରମ୍ଭ ହେବାର କିଛି ବର୍ଷ ପରେ ବଲାଙ୍ଗୀରଠୁ ୧୫ କିମି ବିଚ୍ଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚାଲିଥିଲା । ତେବେ ଏହାର ୩ ବର୍ଷ ପରେ ବିଚ୍ଛୁପାଲିଠୁ ୭ କିମି ଦୂର ଝାର ତରଭାକୁ ଆଜି ପ୍ରଥମ ଟ୍ରେନ ଚାଲିଛି। ତେବେ ଏହା କେବଳ ଏକ ଟ୍ରାଏଲ ରନ୍‌ ଥିଲା । ଆଜି ସକାଳୁ ଦକ୍ଷିଣ ପୂର୍ବ ରେଳବାଇ ଜୋନ ର ନିରାପତ୍ତା ଆୟୁକ୍ତ ଏମ ଏମ ଚୌଧୁରୀ ଙ୍କ ଉପସ୍ଥିତିରେ ଏହି ଟ୍ରାଇଲ ରନ୍‌ ହୋଇଥିଲା । ଏହାସହ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ବଲାଙ୍ଗୀରଠୁ ଝାର୍ ତରଭା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଯାଞ୍ଚ, ସହ ରେଳ ଧାରଣାର ଯାଞ୍ଚ, ଓଭର ହେଡ ଉପକରଣ ଯାଞ୍ଚ, ରେଳ ଧାରଣା ପୋଲ, ସଂଯୋଗ ଓ ଦୂରସଞ୍ଚାରର ଯାଞ୍ଚ ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ସବୁର ଯାଞ୍ଚ ଓ ନିରୀକ୍ଷଣ ହୋଇଥିଲା ।

ଏହା ବି ପଢନ୍ତୁ- Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନୀ

ତେବେ ଏଥିରେ ସମ୍ବଲପୁର ଡିଆରଏମ ବିନିତ୍ ସିଂ, ପୂର୍ବତଟ ରେଳର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିରାପତ୍ତା ଅମର ପ୍ରକାଶ ଦ୍ବିବେଦୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଏହି ଟ୍ରାଏଲ୍ ରନ ସଫଳ ହୋଇଥିବା ବେଳେ ଖୁବଶୀଘ୍ର ବଲାଙ୍ଗୀର ପଟୁ ଝାର ତରଭା ପର୍ଯ୍ୟନ୍ତ ଟ୍ରେନ ଗଡିବ ବୋଲି କୁହାଯାଇଛି । ସେପଟେ ସୋନପୁରଠୁ ବୌଦ୍ଧ ଜିଲ୍ଲା ମଧ୍ୟରେ ଏହି ପ୍ରକଳ୍ପ କାମ ଠପ୍ ହୋଇଥିବା ବେଳେ ଜଙ୍ଗଲ ଜମି ମଞ୍ଜୁରୀ ନ ମିଳିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଶେଷ ହେବା ପରେ ଏହା ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ଭୁବନେଶ୍ବର ଓ ବଲାଙ୍ଗୀର ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇବ । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଦ୍ବାରା ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ଦଶପଲ୍ଲା ଦେଇ ଖୁବ କମ ସମୟରେ ଲୋକେ ଯାତାୟତ କରିପାରିବେ । ଏହି ପ୍ରକଳ୍ପର ସୁବିଧା ନେବା ଲାଗି ଲୋକେ ବହୁ ଦିନରୁ ଅପେକ୍ଷା କରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ରେଳପଥ ଦେଇ ଲୋକେ ଖୁବ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ସହିତ ସେମାନଙ୍କ ବହୁ ମୂଲ୍ୟ ସମୟ ମଧ୍ୟ ବଞ୍ଚିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details