ଓଡିଶା

odisha

ETV Bharat / state

ସାର ଗୋଦାମରୁ ଅଙ୍ଗନବାଡି ଚାଉଳ ଠାବ - ସାର ଗୋଦାମରେ ଅଙ୍ଗନବାଡି ଚାଉଳ

ବଲାଙ୍ଗୀରରେ ସାର ଗୋଦାମରୁ ଠାବ ହେଲା ଅଙ୍ଗନବାଡି ଚାଉଳ । ପାଖାପାଖି ୮୨୦ କ୍ଵିଣ୍ଟାଲ ଚାଉଳ ଠାବ କରିଛି ଯୋଗଣ ବିଭାଗ । ଅଧିକ ପଢନ୍ତୁ

ସାର ଗୋଦାମରୁ ଅଙ୍ଗନବାଡି ଚାଉଳ ଠାବ
ସାର ଗୋଦାମରୁ ଅଙ୍ଗନବାଡି ଚାଉଳ ଠାବ

By

Published : Jan 14, 2022, 3:20 PM IST

ବଲାଙ୍ଗୀର: ସାର ଗୋଦାମରୁ ଅଙ୍ଗନବାଡି ଚାଉଳ ଠାବ । ସାର ସହ ଗୋଦାମରେ ରହିଛି ଶିଶୁଙ୍କ ଏସଏନପି (special nutrition programme) ଚାଉଳ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବ ଡିଭିଜନର ଯୋଗୀମୁଣ୍ଡା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଶୋକ ଜୈନ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମ ଘରୁ ଏହି ଚାଉଳ ଠାବ କରିଛି ଯୋଗାଣ ବିଭାଗ । ପାଖାପାଖି ୮୨୦ କ୍ଵିଣ୍ଟାଲ ଚାଉଳ ଠାବ ହୋଇଥିବା ଜଣାପଡିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲିଙ୍କ ନିର୍ଦ୍ଦେଶରେ ପାଟଣାଗଡ ସହକାରୀ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ଚାଉଳ ଠାବ କରିଛନ୍ତି । ସାର ଗୋଦାମ ଘରେ ଚାଉଳ ଗଚ୍ଛିତ ରଖାଯାଇଥିବା ଘଟଣାକୁ ଯୋଗାଣ ଅଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି ।

ସାର ଗୋଦାମରୁ ଅଙ୍ଗନବାଡି ଚାଉଳ ଠାବ

ନିୟମ ଅନୁସାରେ, ଆରଏମସିରୁ ଚାଉଳ ଉଠାଇବା ଦିନ ହିଁ ଅଙ୍ଗନବାଡି କେନ୍ଦ୍ରରେ ଚାଉଳ ଡେଲିଭରି ହେବା କଥା । କିନ୍ତୁ ତାହା ନକରି ଏଠାରେ ବେଆଇନ୍ ଭାବେ ଶହ ଶହ କ୍ଵିଣ୍ଟାଲ ଚାଉଳ ଗଚ୍ଛିତ ରଖାଯାଇଛି । କେବଳ ଏତିକି ନୁହେଁ, ବଙ୍ଗୋମୁଣ୍ଡାରେ ମଧ୍ୟ ଏକ ଷ୍ଟଲରେ ଅଙ୍ଗନୱାଡ଼ି ଚାଉଳ ଗଚ୍ଛିତ ରଖାଯାଇଥିବା ଜଣାପଡିଛି । ତେବେ କେଉଁ ଉଦ୍ଦେଶ୍ୟରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏଠାରେ ଚାଉଳ ଗଚ୍ଛିତ ରଖିଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଯୋଗୀମୁଣ୍ଡାସ୍ଥିତ ସାର ଗୋଦାମରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଉଳ ଗଚ୍ଛିତ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।

ଅନ୍ୟପକ୍ଷେ ଯାଞ୍ଚ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସିଏସଓ କହୁଛନ୍ତି, ହେଲେ ବର୍ଷା ପାଗ ଯୋଗୁଁ ଗୋଦାମରେ ଚାଉଳ ଗଚ୍ଛିତ ରଖାଯାଇଥିବା ଜଣାଇଛନ୍ତି ବିଭାଗୀୟ ଅଧିକାରୀ । ସବୁଠୁ ବଡ କଥା ହେଉଛି ଗୋଦାମ ଘରେ ସାର ସହ ଅଙ୍ଗନୱାଡ଼ି ଚାଉଳ ରଖାଯାଇଛି । ଯାହାକୁ ବେଆଇନ୍ ବୋଲି କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାନ୍ତାଲାଲ ଦୀପ । ଏଠି ପ୍ରଶ୍ନ ଉଠୁଛି, ଯଦି ବର୍ଷା ପାଗ ଥିଲା ତାହାହେଲେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଆରଏମସିରୁ ଚାଉଳ ଉଠାଉଥିଲେ କାହିଁକି ? ଲିଫ୍ଟିଙ୍ଗ ଅଫିସରଙ୍କ ବିନା ଉପସ୍ଥିତିରେ ଆରଏମସିରୁ ଚାଉଳ ଉଠାଯିବା ଘଟଣା ସନ୍ଦେହକୁ ଘନୀଭୂତ କରିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details