ବଲାଙ୍ଗୀର: ଚିକିତ୍ସା ଅବହେଳାରୁ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ । ଘଟଣାକୁ ନେଇ ହସ୍ପିଟାଲରେ ସମ୍ପର୍କୀୟଙ୍କ ତୁମୁଳାକାଣ୍ଡ । ଡାକ୍ତରଙ୍କୁ ମାଡ ମାରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ।
ସୂଚନାନୁସାରେ, ଜିଲ୍ଲାର ଖଲିଆପାଲିର ଜିତେନ୍ଦ୍ର ସୁନାଙ୍କୁ ଜ୍ଵର ହେବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ତେବେ ଏଠି କୋଭିଡ ଆଇସୋଲେସନରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା । ଯାହା ପରେ ପରିବାର ଲୋକେ ଓ ସମ୍ପର୍କୀୟ ଜମା ହୋଇ ଡ଼ାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟରତ ଥିବା ଡାକ୍ତର ସିମାଞ୍ଚଲ ଡାକୁଆଙ୍କୁ ଆକ୍ରମଣ କରିଥିଲେ । ଫଳରେ ଡାକ୍ତର ଜଣକ ଆହତ ହୋଇ ଏବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।