ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ବଲାଙ୍ଗିର ଖୁଜେନ୍ ପାଲି ପଞ୍ଚାୟତର ମାକର୍ ଚୂଆଁ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗାଁର ବୈକୁଣ୍ଠ ସୁନା ଆଜି ଗାଁର ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଏହି ଗାଁର ସଞ୍ଜୀବ ବାଗ ଟାଙ୍ଗିଆରେ ଆତର୍କିତ୍ ଭାବରେ ଆକ୍ରମଣ କରିଥିଲା ।

allegations-of-murder-centered-on-previous-relation
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

By

Published : Jul 19, 2020, 3:20 AM IST

ବଲାଙ୍ଗିର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ । ବଲାଙ୍ଗିର ଖୁଜେନ୍ ପାଲି ପଞ୍ଚାୟତର ମାକର୍ ଚୂଆଁ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗାଁର ବୈକୁଣ୍ଠ ସୁନା ଆଜି ଗାଁର ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ତାଙ୍କୁ ଏହି ଗାଁର ସଞ୍ଜୀବ ବାଗ ଟାଙ୍ଗିଆରେ ଆତର୍କିତ୍ ଭାବରେ ଆକ୍ରମଣ କରିଥିଲା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ

ଯାହାଫଳରେ ସେ ଗୁରୁତର ଆହତ ହୋଇ ପଡ଼ିଥିବା ବେଳେ ଘର ଲୋକ ତାଙ୍କୁ ଉଧାର କରି ବଲାଙ୍ଗିର ମେଡିକାଲ୍ କଲେଜ୍କୁ ଆଣିଥିଲେ। ହେଲେ ଏଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତ ବୈକୁଣ୍ଠ ସୁନା ଓ ସଞ୍ଜୀବ ବାଗ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିବା ବେଳେ ଆଜି ସେ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ବଲାଙ୍ଗିର ସଦର ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇ ପଠାଇ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଜାରି ରଖିଛି ।

ବଲାଙ୍ଗିରରୁ ଏସକେ‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details