ଓଡିଶା

odisha

ETV Bharat / state

ଚାକିରୀ ନାଁରେ ଶତାଧିକ ଯୁବକଙ୍କ ଟଙ୍କା ହଡପ, ଏତଲା ଦେଲେ ମିଳୁଛି ହତ୍ୟା ଧମକ

ଚାକିରୀ ଲୋଭ ଦେଖାଇ ଟଙ୍କା ଆତ୍ମସାତ । ଆଗଲ ପୁର ବ୍ଲକ କସେଇ ପାଳି ଗ୍ରାମର ରବୀନ୍ଦ୍ର ସୁନା ବିଭିନ୍ନ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଶତାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ..

By

Published : Nov 16, 2020, 10:33 PM IST

ଚାକିରୀ ଲୋଭ ଦେଖାଇ ଶତାଧିକ ଯୁବକଙ୍କ ଟଙ୍କା ହଡପ , ଏତଲା ଦେଲେ ମିଳୁଛି ହତ୍ୟା ଧମକ
ଚାକିରୀ ଲୋଭ ଦେଖାଇ ଶତାଧିକ ଯୁବକଙ୍କ ଟଙ୍କା ହଡପ , ଏତଲା ଦେଲେ ମିଳୁଛି ହତ୍ୟା ଧମକ

ବଲାଙ୍ଗୀର: ବ୍ୟାଙ୍କରେ ଚାକିରୀ କରାଇ ଦେବା ନାଁରେ ଶତାଧିକ ଯୁବକଙ୍କୁ ଠକେଇ । ଥାନାରେ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ଜିଲ୍ଲାର ଆଗଲ ପୁର ବ୍ଲକ କସେଇ ପାଳି ଗ୍ରାମର ରବୀନ୍ଦ୍ର ସୁନା ବିଭିନ୍ନ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁରେ ଶତାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ଏଥିରେ ବିଶେଷ କରି ବଲାଙ୍ଗୀର ଲୋଇସିଙ୍ଗା, ଆଗଲପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ଯୁବକଙ୍କ ଠାରୁ ତିରିଶ ହଜାର ଟଙ୍କା ସେ ଠକେଇ କରିଥିବା ଏମାନେ ଲୋଇସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଚାକିରୀ ନାଁରେ ଶତାଧିକ ଯୁବକଙ୍କ ଟଙ୍କା ହଡପ , ଏତଲା ଦେଲେ ମିଳୁଛି ହତ୍ୟା ଧମକ

ସେପଟେ ଏମାନଙ୍କ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ନେଇ କୁହାଯାଇଛି । ସେହିପରି ଥାନାରେ ମାମଲା ପହଞ୍ଚିବା ପର ଠୁ ପୀଡିତ ଯୁବକଙ୍କୁ ହତ୍ୟା ଧମକ ମିଳୁଥିବା କୁହାଯାଇଛି । ଏପଟେ ପୋଲିସ ଦୋଷୀକୁ ଶୀଘ୍ର ଗିରଫ କରି ଠକେଇର ଶିକାର ହୋଇଥିବା ଯୁବକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details