ବଲାଙ୍ଗୀର:ମ୍ୟୁନିସିପାଲଟି କାଉନସିଲରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିବାର ଅଭିଯୋଗ । ବଲାଙ୍ଗୀର ପୌର ପରିଷଦର କାଉନସିଲର ହରିଶଙ୍କର ଛତ୍ରିଆଙ୍କ ନାଁରେ ଟାଉନ ଥାନାରେ ଏପରି ଅଭିଯୋଗ କରିଛନ୍ତି ଜଣେ ମହିଳା ।
କାଉନସିଲରଙ୍କ ନାଁରେ ଅସଦାଚରଣର ଅଭିଯୋଗ - ବଲାଙ୍ଗୀର ପୌର ପରିଷଦର କାଉନସିଲରଙ୍କ ନାଁରେ ଅସଦାଚରଣର ଅଭିଯୋଗ
ବଲାଙ୍ଗୀର ପୌର ପରିଷଦର କାଉନସିଲର ହରିଶଙ୍କର ଛତ୍ରିଆଙ୍କ ନାଁରେ ଅସଦାଚରଣ ଓ ଆକ୍ରମଣ କରିଥିବାର ଅଭିଯୋଗ ଆଣିଲେ ଯୁବତୀ । ଅଧିକ ପଢନ୍ତୁ
ଅଭିଯୋଗ ଅନୁସାରେ ବଲାଙ୍ଗୀର 19 ନମ୍ୱର୍ ୱାର୍ଡର ଯୁବତୀ ସୁପ୍ରଭା ସାମିନି ମା'ଙ୍କ ସହ କିଛି କାମ ପାଇ ଏହି ୱାର୍ଡର କାଉନସିଲର ହରିଶଙ୍କର ଛତ୍ରିଆଙ୍କ ପାଖକୁ ଯାଇଥିଲେ । ହେଲେ ସେ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ ଏବଂ ଏଥିପାଇଁ ଏହି ୱାର୍ଡର କିଛି ମହିଳାଙ୍କ ସହ ସେ ଟାଉନ ଥାନା ଆସି ଲିଖିତ ଅଭିଯୋଗ କରିଥିଲେ । ସେପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସଂପୃକ୍ତ କାଉନସିଲର । ଓଲଟା ସେ ଯୁବତୀ ଓ ତାଙ୍କ ମାଆଙ୍କ ଉପରେ ତାଙ୍କ ଘରକୁ ଆସି ଗାଳି ଗୁଲଜ କରିଥିବାର କହିଛନ୍ତି । ସେପଟେ ପୋଲିସ ଏ ଦିଗରେ କଣ ପଦକ୍ଷପ ନେଉଛି ଏବେ ତାକୁ ହିଁ ଅପେକ୍ଷା ।