ଓଡିଶା

odisha

ETV Bharat / state

ଆଜିଠୁ ବଲାଙ୍ଗୀରରେ ଖୋଲିବ ମନ୍ଦିର, କଡାକଡି ପାଳନ ହେବ ନିୟମ - ଆଜି ଠୁ ଖୋଲିବ ମନ୍ଦିର

ବଲାଙ୍ଗୀର ଜିଲ୍ଲାରେ ଆଜିଠାରୁ ସମସ୍ତ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ତେବେ ସ୍ୱତନ୍ତ୍ର ଏସଓପି ପାଳନ କରାଯାଇ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲାଯିବ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ଆଜି ଠୁ ଖୋଲିବ ମନ୍ଦିର, କଡାକଡି ପାଳନ କରାଯିବ ଏସଓପି
ଆଜି ଠୁ ଖୋଲିବ ମନ୍ଦିର, କଡାକଡି ପାଳନ କରାଯିବ ଏସଓପି

By

Published : Jan 6, 2021, 8:04 AM IST

Updated : Jan 6, 2021, 10:41 AM IST

ବଲାଙ୍ଗୀର: କୋରୋନା ପାଇଁ ମାର୍ଚ୍ଚ 2020ରୁ ବନ୍ଦ ଥିଲା । ବର୍ତ୍ତମାନ ଏହି ସବୁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସବୁ ମହଲରୁ ଦାବି ହୋଇ ଆସୁଛି। ଯେଉଁଥିରେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ସ୍ବତନ୍ତ୍ର ବୈଠକ ବସିଥିଲା। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଉପଜିଲ୍ଲାପାଳ ଓ ବିଭିନ୍ନ ମନ୍ଦିର ତଥା ଧର୍ମାନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆଜିଠୁ ବଲାଙ୍ଗୀରରେ ଖୋଲିବ ମନ୍ଦିର, କଡାକଡି ପାଳନ ହେବ ନିୟମ

ତେବେ ଏହି ବୈଠକରେ ମଙ୍ଗଳବାରଠୁ ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ହୋଇଛି । ଏବଂ ଏଥିପାଇଁ ସ୍ବତନ୍ତ୍ର ଏସଓପି ବା ପରିଚାଳନା ନିୟମ ପାଳନ କରାଯିବ ବୋଲି କୁହାଯାଇଛି । ଯେଉଁଥିରେ ସବୁଠି ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିର ଇତ୍ୟାଦିରେ ଯେମିତି ଭିଡ ନଜମେ ତା ପାଇଁ ମନ୍ଦିର ପ୍ରଶାସନ ଦାୟିତ୍ବ ନେବେ ବୋଲି ନିର୍ଦ୍ଦେଶ ରହିଛି।

ସେହିପରି ମନ୍ଦିର ଭିତରକୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସେହିପରି ସବୁ ଧର୍ମାନୁଷ୍ଠାନ ସପ୍ତାହରେ ଗୋଟିଏ ଦିନ ପାଇଁ ବନ୍ଦ ହେବା ସହ ବିଶୋଧନ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି। ତେବେ ମଙ୍ଗଳବାର ଠାରୁ ମନ୍ଦିର ଖୋଲିବାର ନିଷ୍ପତ୍ତି ଆସିଥିବା ବେଳେ ଆଜିଠୁ ମନ୍ଦିର ଖୋଲିବ ବୋଲି ଜଣାପଡ଼ିଛି। ଯାହାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Jan 6, 2021, 10:41 AM IST

ABOUT THE AUTHOR

...view details