ବଲାଙ୍ଗୀର:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗୀରେ ଜିଲ୍ଲାରେ ମଧ୍ୟ ଚାଷୀ ଚାଷକାର୍ଯ୍ୟ ଅନୁକୂଳ କରିଛନ୍ତି । ଜିଲ୍ଲାରେ ଚାଷୀ ଅଖି ମୁଠି ପର୍ବ ପାଳନ କରିଥିବାବେଳେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛି । ଆଜି ପାଞ୍ଜି ଓ ଲଗ୍ନ ଦେଖାଇ ହଳ ବଳଦ ଓ ଚାଷ ଉପକରଣର ପୂଜା କରି ଜମିରେ ଧାନ ବୁଣିଛନ୍ତି ଚାଷୀ ।
ସମାନ ଭାବରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ମଧ୍ୟ ଏହି ପର୍ବ ପାଳନ କରିଛନ୍ତି । ନିଜେ ଜିଲ୍ଲାପାଳ ଅଖି ମୁଠି ପର୍ବରେ ସାମିଲ ହୋଇ ଜମିରେ ପୂଜାର୍ଚ୍ଚନା କରିବା ସହ ହଳ କରିଥିଲେ । ଚାଷୀଙ୍କୁ ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଦେବା ସହ ଭଲ ଚାଷ ହେଉ ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଏକ ଶୁଷ୍କ ଜିଲ୍ଲା ହେଉଛି ବଲାଙ୍ଗୀର । ଏଠାରେ ମାତ୍ର 3 ପ୍ରତିଶତ ଜମି ପାଇଁ ଜଳ ସେଚନ ସୁବିଧା ରହିଛି । ତେବେ ଭଲ ବର୍ଷା ହେଲେ ଏହା 21 ପ୍ରତିଶତକୁ ବୃଦ୍ଧି ପାଇଥାଏ ।