ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଅଭାବନୀୟ ଦୃଶ୍ଯ, ଟ୍ରଲିରେ ବୁହାହେଲା ମୃତଦେହ

ପୁଣି ମୃତଦେହକୁ ଅସମ୍ମାନ । ବଲାଙ୍ଗୀର ଜିଲ୍ଲାରେ ଟ୍ରଲିରେ ବୁହା ହେଲା ମୃତଦେହ । ତେବେ ଏହି ଅଭାବନୀୟ ଚିତ୍ର ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବଲାଙ୍ଗିରରେ ଅଭାବନୀୟ ଦୃଶ୍ଯ, ଟ୍ରଲିରେ ବୁହା ହେଲା ଶବ
ବଲାଙ୍ଗିରରେ ଅଭାବନୀୟ ଦୃଶ୍ଯ, ଟ୍ରଲିରେ ବୁହା ହେଲା ଶବ

By

Published : Mar 8, 2022, 5:46 PM IST

ବଲାଙ୍ଗୀର: ପୁଣି ମୃତଦେହକୁ ଅସମ୍ମାନ । ଜିଲ୍ଲାରେ ଟ୍ରଲିରେ ବୁହା ହେଲା ମୃତଦେହ । ଜିଲ୍ଲାର ତୁଷୁରା ମେଡିକାଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଉଛନ୍ତି ତୁଷୁରା ଅନ୍ତର୍ଗତ ପତିତପାବନପଡ଼ାର ରିକ୍ସା ଚାଳକ ମହେଶ୍ୱର କୁମ୍ଭାର । ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଭଳି ମହେଶ୍ୱର ଟ୍ରଲି ରିକ୍ସା ଧରି କାମକୁ ଯାଇଥିଲେ ।

ମାତ୍ର କାମ କରିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରି ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ତୁଷୁରା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ମେଡ଼ିକାଲକୁ ନେଇ ପାରି ନଥିଲେ ।

ଟ୍ରଲିରେ ବୁହା ହେଲା ମୃତଦେହ

ଫଳରେ ମହେଶ୍ୱରଙ୍କ ସେହି ମେଡିକାଲରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ମୃତଦେହକୁ ଟ୍ରଲି ରିକ୍ସାରେ ବୋହି ନେଇଥିଲେ ପରିବାର ଲୋକେ । ତେବେ ମୃତଦେହ ବୁହା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି ।

ହେଲେ ଏହି ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ଫେଲ ମାରିଛି । କେବଳ ଏତିକି ନୁହେଁ, ତୁଷୁରା ମନ୍ତ୍ରୀ ଟୁକୁନି ସାହୁଙ୍କ ଅଞ୍ଚଳ ହୋଇଥିବା ବେଳେ ମଧ୍ୟ ଏଠାରେ ମେଡିକାଲରେ ମହାପ୍ରୟାଣ ଗାଡ଼ିନାହିଁ । ଏହି ସମ୍ବେଦନଶୀଳ ଘଟଣାରେ ଏଯାଏଁ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ବଲାଙ୍ଗୀରରୁ ମହମ୍ମଦ ଶେଖ୍‌ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details