ବଲାଙ୍ଗୀର: ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତ୍ତ ହେଉଥିବାବେଳେ ସଂଖ୍ୟା ଏବେ 631ରେ ପହଁଚିଛି । ଏବଂ ଗାଁ ଠୁ ନେଇ ସହର ସବୁଠି କୋରୋନା ବ୍ୟାପିବାରେ ଲାଗିଛି । ତେବେ ଏହି କୋରୋନା ସଂକ୍ରମଣ ରୋକିବା ପାଇଁ ଆଜି ଠୁ ସାରା ଜିଲ୍ଲାକୁ ପୁଣି ଚାରି ଦିନିଆ ସଟଡାଉନ କରାଯାଇଛି । ବଲାଙ୍ଗୀର ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ତେବେ ଆଜି ଏଥିରେ ଜିଲ୍ଲାର ସବୁ ଦୋକାନ ବଜାର ଗାଡି ଚଳାଚଳ ସବୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଏବଂ ଏଥିରେ କେବଳ ଜରୁରୀ ସେବା ଓ ବ୍ୟବସ୍ଥାକୁ ବାଦ ଦିଆତଯାଇଛି ।
ବଲାଙ୍ଗୀରରେ ଅଣାୟତ୍ତ କୋରୋନା, ପୁଣି 4 ଦିନ ସଟଡାଉନ ସେହିପରି ଏଥିରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆ ଯାଇଥିବାବେଳେ ବଲାଙ୍ଗୀରର ସବୁ ପ୍ରବେଶ ପଥକୁ ସିଲ କରାଯାଇଛି । ଏବଂ ବିନା କାରଣରେ ଲୋକଙ୍କୁ ଯିବା ଆସିବା ପାଇଁ ବାରଣ କରାଯାଉଛି । ସେହିପରି ଆମାନିଆଙ୍କୁ ପୋଲିସ ଧରି ଫାଇନ କାଟିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି ।
ତେବେ ଆଜି ପ୍ରଥମ ଦିନରେ ଏହି ସଟଡାଉନ ସଫଳ ହୋଇଥିବାବେଳେ ଲୋକ ମଧ୍ୟ ଏହାକୁ ସ୍ୱତଃ ପ୍ରବୃତ ଭାବରେ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ