ବଲାଙ୍ଗୀର: ଗୁଜରାଟ ସୁରତର କୋଚିଂ ସେଣ୍ଟରରେ ନିଆଁ ଲାଗି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ଘଟଣା ପରେ ଚେତିଲା ବଲାଙ୍ଗୀର ଅଗ୍ନିଶମ ବିଭାଗ । ଆଜି (ବୁଧବାର) ବଲାଙ୍ଗିରରେ ଅଗ୍ନିଶମ ବିଭାଗ ସମସ୍ତ କୋଚିଂ ସେଣ୍ଟରକୁ ଯାଇ କଡା ଯାଞ୍ଚ କରିଛି । ବଲାଙ୍ଗିରରେ ଭୁବନେଶ୍ବରର ମୁଖ୍ୟ ଅଗ୍ନିଶମ ଅଧିକାରୀଙ୍କ ସିଧାସଳଖ ତତ୍ତ୍ବାବଧାନରେ ୧୨ ଜଣିଆ ଦଳ ବଲାଙ୍ଗୀର ସହରର ୧୦ରୁ ଊର୍ଦ୍ଧ୍ବ କୋଚିଂ ସେଣ୍ଟରର ଯାଞ୍ଚ କରିଛନ୍ତି ।
ଏହି ଯାଞ୍ଚରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାର ଏମାନେ ଜାଣିବାକୁ ପାଇଛନ୍ତି । ଅଗ୍ନିଶମ ବିଭାଗ ସକାଳ 8ଟାରୁ ନିଜର ଚଢାଉ ଆରମ୍ଭ କରି ସହରର ବିଭିନ୍ନ କୋଚିଂ ସେଣ୍ଟରେ ପହଞ୍ଚି ଥିଲେ । ସେଠାରେ କଡ଼ା ଯାଞ୍ଚ କରିବା ସହ ନିଆଁ ଭଳି ବିପତ୍ତି ସମୟରେ କଣ ଉପାୟ ସେମାନଙ୍କ ପାଖରେ ଅଛି ତାହାର ମଧ୍ୟ ଯାଞ୍ଚ ହୋଇଥିଲା । ଏହାସହ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ପରିଚାଳଙ୍କ ସହ ଗୃହମାଲିକଙ୍କୁ ଉକ୍ତ ବିଭାଗ ନିଆଁକୁ ନେଇ ସଚେତନ ମଧ୍ୟ କରାଇଥିଲେ ।