ବଲାଙ୍ଗୀର: ଜିଲ୍ଲାର ବଙ୍ଗୋମୁଣ୍ଡାରେ ସୋମବାର ଓକିଲ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ତେବେ ଲୋକଙ୍କ ଜମିପଟ୍ଟା ହୋଇ ପାରୁନଥିବା ପ୍ରତିବାଦକୁ ନେଇ ଏପରି ଆନ୍ଦୋଳନରେ ବସିଛନ୍ତି ଓକିଲ ।
ଅଭିଯୋଗ ମୁତାବକ ଦୀର୍ଘ ଦଶ ବର୍ଷ ହେବ ବଙ୍ଗୋମୁଣ୍ଡା ତହସିଲରେ ଲୋକଙ୍କ ଜମିପଟ୍ଟା ପାଇଁ ଆବେଦନ କରା ଯାଇଥିଉଛି କିନ୍ତୁ ପଟ୍ଟା ମିଳୁନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ଚାରି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜମିପଟ୍ଟା ନହୋଇ ପଡି ରହିଛି । ଯାହା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।