ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ ବାରଣ, ହେଲ୍ପ ଲାଇନ ଜାରିକଲା ବଲାଙ୍ଗୀର ପ୍ରଶାସନ - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ ବାରଣ

କୋରୋନା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ବଲାଙ୍ଗୀରରେ କୋରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ତେବେ ସମସ୍ତ ଅଭିଯୋଗର ଶୁଣାଣୀ ପାଇଁ ପ୍ରଶାସନ ହେଲ୍ପ ଲାଇନ ଓ ହ୍ବାର୍ଟ୍ସ ଆପ ନମ୍ବର ଜାରି କରିଛି । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ ବାରଣ, ହେଲ୍ପ ଲାଇନ ଜାରିକଲା ବଲାଙ୍ଗୀର ପ୍ରଶାସନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ ବାରଣ, ହେଲ୍ପ ଲାଇନ ଜାରିକଲା ବଲାଙ୍ଗୀର ପ୍ରଶାସନ

By

Published : Jul 7, 2020, 1:48 AM IST

ବଲାଙ୍ଗୀର: କୋରୋନା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ବଲାଙ୍ଗୀରରେ କୋରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ତେବେ ସମସ୍ତ ଅଭିଯୋଗର ଶୁଣାଣୀ ପାଇଁ ପ୍ରଶାସନ ହେଲ୍ପ ଲାଇନ ଓ ହ୍ବାର୍ଟ୍ସ ଆପ ନମ୍ବର ଜାରି କରିଛି ।

ଦିନକୁ ଦିନ ସହରରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କର ଚିନ୍ତା ବଢିଛି। ତେଣୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ଆସିବାକୁ ବାରଣ କରାଯାଇଛି। ଫୋନ, ହ୍ଵାଟ୍ସ ଆପ ତଥା ଅନଲାଇନରେ ବିଭିନ୍ନ ଅଭିଯୋଗ କରିବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି। ଅଭିଯୋଗ ପାଇଁ 06652 232773 ଓ 06652 230969 ଫୋନ ନମ୍ବର ଜାରି କରିଛି । ସେହିପରି ହ୍ଵାଟ୍ସ ଆପ ନମ୍ବର 826096722 ଜରିଆରେ ସାଧାରଣ ଲୋକେ ନିଜ ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ କହିଛି। ସମାନ ଭାବରେ ବଲାଙ୍ଗୀର ଜିଲ୍ଲା ୱେବସାଇଟରେ ମଧ୍ୟ ଅଭିଯୋଗ ସହ ତାର ସ୍ଥିତି ଜାଣି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details