ବଲାଙ୍ଗୀର:ବଲାଙ୍ଗୀରରେ ଏକ ବାଲ୍ୟ ବିବାହକୁ ସଫଳତାର ସହ ବନ୍ଦ କରିଛି ଜିଲ୍ଲା ପ୍ରଶାସନ। ତେବେ ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ କେଛୋ ମୁଣ୍ଡା ଗ୍ରାମରେ ଏହି ବିବାହର ଆୟୋଜନ ହେଉଥିବାର ପ୍ରଶାସନ ଖବର ପାଇଥିଲା ।
ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗୀର ପ୍ରଶାସନ - ବଲାଙ୍ଗୀର ପ୍ରଶାସନ
ବଲାଙ୍ଗୀରରେ ବାଲ୍ୟ ବିବାହ କୁ ବନ୍ଦ କରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗୀର ପ୍ରଶାସନ
ଏନେଇ ସଇଁତଳା ପୋଲିସ, ସଇଁତଳା ସି ଡି ପି ଓ ସବିତା ଦାସ, ଚାଇଲ୍ଡ ଲାଇନ ସଦସ୍ୟ ତପୋବନ ଭୋଇ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ନାବାଳିକାର ଘରକୁ ଯାଇ ବିବାହ ବନ୍ଦ କରିବା ସହ ପରିବାର ଲୋକଙ୍କୁ ବୁଝା ସୂଝା କରିଥିଲେ। ତେବେ ପରିବାର ଲୋକ ଏଥିରେ ରାଜି ହେବା ସହ ବିବାହ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ବଲାଙ୍ଗୀର ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ