ଓଡିଶା

odisha

By

Published : Jul 25, 2021, 8:04 PM IST

ETV Bharat / state

ACF ସୌମ୍ୟ ମୃତ୍ୟୁ ଘଟଣା, ତଦନ୍ତ କରି ଫେରିଲା ଟିମ

ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ପାରଳାଖେମୁଣ୍ଡି ପୋଲିସ ବଲାଙ୍ଗୀର ପହଞ୍ଚି ଖୋଳତାଡ଼ କରି ଫେରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ACF ସୌମ୍ୟ ମୃତ୍ୟୁ ଘଟଣା, ତଦନ୍ତ କରି ଫେରିଲା ଟିମ
ACF ସୌମ୍ୟ ମୃତ୍ୟୁ ଘଟଣା, ତଦନ୍ତ କରି ଫେରିଲା ଟିମ

ବଲାଙ୍ଗୀର:ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ଏବେ ବି ପରଦା ହଟିନାହିଁ । ଏଭଳି ସ୍ଥଳେ ତାଙ୍କ ମୃତ୍ୟୁରେ ବଲାଙ୍ଗୀର ଲିଙ୍କର ଖୋଳତାଡ ପାଇଁ ପାରଳାଖେମୁଣ୍ଡି ପୋଲିସର ଏକ ୫ ଜଣିଆ ଟିମ ବଲାଙ୍ଗୀର ତଦନ୍ତ କରି ଫେରିଛନ୍ତି ।

ACF ସୌମ୍ୟ ମୃତ୍ୟୁ ଘଟଣା, ତଦନ୍ତ କରି ଫେରିଲା ଟିମ

ଏହି ମୃତ୍ୟୁ ଘଟଣାରେ ବଲାଙ୍ଗୀର ଲିଙ୍କର ଖୋଳତାଡ କରାଯାଇଛି । ଯେଉଁଥିରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପଢ଼ୁଥିବା LI ଟ୍ରେନିଂ ସେଣ୍ଟରରେ ଟିମ ଦୀର୍ଘ ସାଢ଼େ ଚାରି ଘଣ୍ଟା ଧରି ତଦନ୍ତ କରିଥିଲା । ସେଣ୍ଟରରେ ସମସ୍ତ କର୍ମଚାରୀଙ୍କ ବୟାନ ରେକର୍ଡ କରିବା ସହ ଅନୁଷ୍ଠାନର ଯାଞ୍ଚ କରାଯାଇଥିଲା । ସେହିପରି ବିଦ୍ୟାଭାରତୀ ରହୁଥିବା ହଷ୍ଟେଲକୁ ଯାଞ୍ଚ କରିବା ସହ ତାଙ୍କ କୋଠରୀକୁ ସିଲ କରାଯାଇଛି । ଏଠାରୁ ମିଳିଥିବା ସବୁ ତଥ୍ୟର ତର୍ଜମା କରାଯିବ ବୋଲି ଟିମ କହିଛି ।

ତେବେ ସକାଳୁ ଟିମ ପ୍ରଥମେ ବଲାଙ୍ଗୀର ଟାଉନ ଥାନା ସହିତ ଯୋଗାଯୋଗ କରିଥିଲେ। ପରେ ସୌମ୍ୟଙ୍କ ପତ୍ନୀ ପାଠ ପଢ଼ୁଥିବା ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇଥିଲେ। ସେଠାରେ ଦୀର୍ଘ ସାଢ଼େ ଚାରି ଘଣ୍ଟା ଧରି ତଦନ୍ତ କରିବା ସହ ଅଧିକାରୀଙ୍କୁ ମାରାଥନ ଜେରା କରିଥିଲେ । ଯେଉଁଥିରେ ଉପନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନ, ଜୁନିୟର ଆସିଷ୍ଟାଣ୍ଟ ମୁକେଶ କୁମାର ରଥ ଓ ପିଅନ ପୁରନ୍ଦର ଜେନାକୁ ଜେରା କରାଯାଇ ବୟାନ ରେକର୍ଡ କରିଛି ପାରଳାଖେମୁଣ୍ଡି ପୋଲିସ । ସେହିପରି ବିଦ୍ୟାଭାରତୀ ଏପ୍ରିଲ 3 ତାରିଖରେ କାହା ସହିତ ଆସିଥିଲେ ଓ ପୁଣି 13 ତାରିଖରେ କାହା ସହ ଫେରିଥିଲେ ତାର ତଦନ୍ତ କରାଯାଇଛି । ସମାନ ଭାବରେ ଗତ 11 ତାରିଖରେ ବିଦ୍ୟା ଦେଇଥିବା ବ୍ୟାଚଲର ପାର୍ଟି ବିଷୟରେ ମଧ୍ୟ ଏହି ଟିମ ଖୋଳତାଡ କରିଛି ।

ଏହାଛଡା ବିଦ୍ୟାଭାରତୀଙ୍କ ସମ୍ପର୍କିତ କିଛି କାଗଜପତ୍ର ମଧ୍ୟ ଏହି ଟିମ ସେଣ୍ଟରରୁ ହାସଲ କରିଥିବା ବେଳେ ଏ ସମ୍ପର୍କରେ କିଛି ସୂଚନା ଦେଇନାହିଁ । ତେବେ ଆଜିର ଏହି ତଦନ୍ତରେ ଟିମ ତାଲିମ କେନ୍ଦ୍ରର ସବୁ କୋଣ ଅନୁକୋଣ ବୁଲି ଦେଖିଥିବାବେଳେ ତାଲା ପଡିଥିବା ବିଦ୍ୟାଭାରତୀଙ୍କ ହଷ୍ଟେଲ କୋଠରୀକୁ ସିଲ କରିଥିଲେ । ପରବର୍ତ୍ତୀ ସମୟରେ ଏହି କୋଠରୀର ଯାଞ୍ଚ ହେବ ବୋଲି ପୋଲିସ କହିଛି । ଟିମ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details