ଓଡିଶା

odisha

By

Published : Jul 23, 2021, 9:15 AM IST

Updated : Jul 23, 2021, 9:40 AM IST

ETV Bharat / state

ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ୍‌, ପୋଲିସ ସ୍କାନରରେ ବ୍ୟାଚେଲର ପାର୍ଟି

ACFଙ୍କ ମୃତ୍ୟୁରେ ବଲାଙ୍ଗୀର ଲିଙ୍କ୍‌ ଥିବା ସାମ୍ନାକୁ ଆସିଛି । ପୋଲିସ ସ୍କାନରରେ ଏବେ ବ୍ୟାଚେଲର ପାର୍ଟି । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ବଲାଙ୍ଗୀର ଲିଙ୍କ
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ବଲାଙ୍ଗୀର ଲିଙ୍କ

ବଲାଙ୍ଗୀର: ଦିନ ଗଡୁଛି, ସସପେନ୍ସ ବଢୁଛି । ରୋଚକ ସ୍ଥିତିରେ ପହଞ୍ଚିଲାଣୀ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ । ଗୋଟେ ପରେ ଗୋଟେ ତଥ୍ୟା ସାମ୍ନାକୁ ଆସୁଥିବା ବେଳେ ଛନ୍ଦି ହୋଇଗଲେଣି ବିଦ୍ୟା ଭାରତୀ । ଏବେ ACFଙ୍କ ମୃତ୍ୟୁରେ ବଲାଙ୍ଗୀର ଲିଙ୍କ ଥିବା ସାମ୍ନା ଆସିଛି। ପୋଲିସ ସ୍କାନରରେ ଏବେ ବ୍ୟାଚେଲର ପାର୍ଟି । ବାହା ହେବା ପରେ କାହା ସହ ବିଦ୍ୟା ଭାରତୀ ଆସିଥିଲେ ବଲାଙ୍ଗୀର ? କେମିତି ହୋଇଥିଲା ଏଠି ବ୍ୟାଚେଲର ପାର୍ଟି ? ବାହାଘର ପରେ ବଲାଙ୍ଗୀର LI ତାଲିମ୍ କେନ୍ଦ୍ରକୁ ଆସିଥିଲେ ବିଦ୍ୟା ଭାରତୀ ।

ବିଦ୍ୟାଭାରତୀଙ୍କ ବଲାଙ୍ଗୀର ଲିଙ୍କ୍‌, ପୋଲିସ ସ୍କାନରରେ ବ୍ୟାଚେଲର ପାର୍ଟି

ମୃତ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ପଣ୍ଡା ବଲାଙ୍ଗୀର ପ୍ରାଣୀଧନ ନିରିକ୍ଷକ ତାଲିମ କେନ୍ଦ୍ରରେ ୨୦୧୯- ୨୧ରେ ବ୍ୟାଚରେ ପାଠ ପଢୁଛନ୍ତି । ସେ ଏପ୍ରିଲ ୩ ତାରିଖରେ ମିଡ ଟର୍ମ ପରୀକ୍ଷା ପାଇଁ କଲେଜକୁ ଆସିଥିଲେ l ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ 10 ଦିନ ଧରି ହଷ୍ଟେଲରେ ରହିଥିଲେ । ୮ କିମ୍ବା ୯ ତାରିଖରେ ପାର୍ଟି ପାଇଁ ଏଟିଏମରୁ ଟଙ୍କା ଉଠେଇବା ଲାଗି ଉପନିର୍ଦ୍ଦେଶକଙ୍କ ଠାରୁ ଅନୁମତି ନେଇ ବାହାରକୁ ଯାଇଥିଲେ l ୧୧ ତାରିଖ ହଷ୍ଟେଲରେ ଭୋଜି ଦେଇଥିଲେ । ଏନେଇ ସୂଚନା ଦେଇଛନ୍ତି ହଷ୍ଟେଲ ମେସ ଖର୍ଚ୍ଚ ବହନ କରିଥିବା ଉପନିର୍ଦ୍ଦେଶକ ଡ.ହେମନ୍ତ କୁମାର ପ୍ରଧାନ l ହେଲେ ସେ ଆସିବା ସମୟରେ ଏକ କାରରେ ଏଠାକୁ ଆସିଥିଲେ କିନ୍ତୁ କାହା ସହ ଆସିଥିଲେ ତାହା ସ୍ପଷ୍ଟ କରିନାହାନ୍ତି l

କ୍ୟାମ୍ପସରେ ଥିବା ମହିଳା ହଷ୍ଟେଲର ରୁମ ନଂ ୧ରେ ଥିଲେ ବିଦ୍ୟାଭାରତୀ l ପରେ ସେ ଉପନିର୍ଦ୍ଦେଶକ ଡ.ହେମନ୍ତ କୁମାର ପ୍ରଧାନକୁ କହି ଏକ ବ୍ୟାଚେଲର ପାର୍ଟି ଦେବା ପାଇଁ ଅନୁରୋଧ କରିଥିଲେ l ହେଲେ ଡ.ପ୍ରଧାନ ମନା କରିଥିଲେ l ଅନୁରୋଧ କ୍ରମେ ହଷ୍ଟେଲରେ ଚାଲିଥିବା ମେସରରେ ଖାଇବା ମେନୁର ସମସ୍ତ ଖର୍ଚ୍ଚ ବହନ କରିଥିଲେ l ପରେ ଘରକୁ ଯିବା ପାଇଁ ବାହାରିଥିଲେ l ଡ. ପ୍ରଧାନ 13 ତାରିଖ ପାଖାପାଖି ୨ଟାରେ ଅଭିଭାବକଙ୍କ ସହିତ ଘରକୁ ଛାଡିଥିବାର ସୂଚନା ଦେଇଛନ୍ତି l ତେବେ ପ୍ରଶ୍ନ ଉଠୁଛି ଆସିବା ବେଳେ ତାଙ୍କୁ କିଏ ଛାଡି ବାକୁ ବଲାଙ୍ଗିର ଆସିଥିଲା ? ଏବେ ତାହା ହିଁ ସନ୍ଦେହ ଘେରରେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jul 23, 2021, 9:40 AM IST

ABOUT THE AUTHOR

...view details