ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ସ୍ବାମୀହନ୍ତା ସ୍ତ୍ରୀ - ସ୍ବାମୀହନ୍ତା ସ୍ତ୍ରୀକୁ ଗିରଫ କଲା ପୋଲିସ

ବଲାଙ୍ଗୀର ଜିଲ୍ଲାରେ ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର ଘଟଣା । ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

accused wife arrested over killed to husband in balangir
ସ୍ବାମୀ ହତ୍ୟା ଘଟଣାରେ ସ୍ତ୍ରୀ ଗିରଫ

By

Published : Oct 24, 2022, 10:47 AM IST

ବଲାଙ୍ଗୀର: ସ୍ବାମୀହନ୍ତା ସ୍ତ୍ରୀକୁ ଗିରଫ କଲା ପୋଲିସ । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମହୀପୁର ହତ୍ୟା ଘଟଣାରେ ମୃତ ଦିବ୍ୟସିଂହଙ୍କ ପତ୍ନୀଙ୍କୁ ଗିରଫ କଲା ପୋଲିସ । ତାଙ୍କୁ ଫସା ଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗତ ଅକ୍ଟୋବର 22 ତାରିଖରେ ଦିବ୍ୟସିଂହ ଭୋଇଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ନିଜ ଘର ଶୋଇବା କୋଠରୀରୁ ଉଦ୍ଧାର ହୋଇଥିଲା ।

ସ୍ବାମୀ ହତ୍ୟା ଘଟଣାରେ ସ୍ତ୍ରୀ ଗିରଫ

ଦିବ୍ୟସିଂହ ଭୋଇଙ୍କ ମୃତ୍ୟୁ ଦିନ ବିଳମ୍ବିତ ରାତିରେ ପତ୍ନୀ ଘରୁ ଦୌଡ଼ି ପଳାଇ ଥିବାର ତାଙ୍କ ଭାଇ ଦେଖିଥିଲେ । ଏହି ଆଧାରରେ ପତ୍ନୀ ଯଶୋଦା ଭୋଇ ହତ୍ୟା କରିଥିବା ନେଇ ତୁଷୁରା ପୋଲିସ ସମରା ବୁରୋମାଲ ଗ୍ରାମ ନିକଟରୁ ତାଙ୍କୁ ଗିରଫ କରିଛି । ସେପଟେ କିନ୍ତୁ ମୃତକଙ୍କ ପରିବାର ତଥା ଦିବ୍ୟସିଂହ ଭୋଇଙ୍କ ଭାଇ ତାଙ୍କ ଭାଉଜଙ୍କୁ ଏଥିରେ ଫସାଇ ଦିଆଯାଇଛି କିମ୍ବା ତାଙ୍କ ସହ ଆଉ କେହି ସମ୍ପୃକ୍ତ ଥିବାର ଅଭିଯୋଗ ଆଣିଛନ୍ତି । ତେବେ ମୃତ ଦିବ୍ୟସିଂହ ଓ ଦୁଇ ଭାଇଙ୍କ ପୈତୃକ ଜମିକୁ ନେଇ ତୁଷୁରାର ଜଣେ ବ୍ୟବସାୟୀଙ୍କ ସହ ଝଗଡା ହୋଇଥିଲା । ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଏହି ଅଭିଯୋଗ ନେଇ ନିଜେ ଗଣମାଧ୍ୟମ ଆଗରେ ଆଣିଥିଲେ । ସେ ଆଦିବାସୀ ସଂଘର ମଧ୍ୟ ସହାୟତା ଲୋଡ଼ିଥିଲେ । ଅନେକ ଥର ସେମାନେ ଥାନା ଓ ପ୍ରଶାସନ ପାଖକୁ ଦୌଡ଼ି ହଇରାଣ ହେଉଥିବା ବେଳେ ପୋଲିସ ଓଲଟା ତାଙ୍କ ଭାଇ ଦିଲ୍ଲୀପ ଭୋଇଙ୍କୁ ଗିରଫ କରି ଜେଲ ପଠାଇଥିଲା ବୋଲି ସେ ମୃତ୍ୟୁ ପୂର୍ବରୁ ଅଭିଯୋଗ ଆଣିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ସ୍ବାମୀକୁ ହତ୍ୟା କରି ସ୍ତ୍ରୀ ଫେରାର୍ !

ଏନେଇ ମୃତକଙ୍କ ଭାଇ ଦିଲ୍ଲୀପ କହିଛନ୍ତି, "ଏହି ହତ୍ୟାରେ ଭାଉଜଙ୍କ ସହ ଅନ୍ୟ କେହି ସାମିଲ ରହିଛନ୍ତି । ସେ ହତ୍ୟା କରିଛନ୍ତି ନା ନାହିଁ ସେନେଇ ଜଣାନାହିଁ, ମାତ୍ର ବିଳମ୍ବିତ ରାତିରେ ହଠାତ ଘରୁ ଦୌଡ଼ି ପଳାଇଥିଲେ।" ଏହି ଘଟଣାର ଶୀଘ୍ର ତଦନ୍ତ କରିବାକୁ ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି । ସେପଟେ ତୁଷୁରା ପୋଲିସ ଏହାର ତଦନ୍ତ କରି ସ୍ତ୍ରୀ ଯଶୋଦା ଭୋଇଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details