ସୂଚନାଯୋଗ୍ୟ, ପାର୍ସଲ ବୋମା ଘଟଣାରେ ସମ୍ପୃକ୍ତି ପ୍ରମାଣିତ ହେବାପରେ ପୁଞ୍ଜିଲାଲକୁ ପ୍ରଥମେ ପାଟଣାଗଡ଼ ସବ୍ଜେଲରେ ରଖା ଯାଇଥିଲା। କିଛି ଦିନ ତଳେ ସେ ଷଡ଼ଯନ୍ତ୍ର ରଚି ଜେଲରୁ ଫେରାର ହେବାର ଉଦ୍ୟମ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ତାକୁ ପାଟଣାଗଡ଼ ସବ୍ଜେଲରୁ ବଲାଙ୍ଗୀର ଜିଲ୍ଲା କାରାଗାରକୁ ଅଣାଯାଇଥିଲା ।
ଅନଶନରତ ପୁଞ୍ଜିଲାଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - Parcel bomb blast
ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତିହେଲା ପୁଞ୍ଜିଲାଲ । ଦୀର୍ଘ 10 ଦିନ ଧରି ଜେଲରେ ଅନଶନରତ ଥିଲା । ଫେରାର ଷଡ଼ଯନ୍ତ୍ର ରଚିବା ଘଟଣାକୁ କଲା ଅସ୍ବୀକାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ହେଲେ ଆଜି ହସ୍ପିଟାଲରେ ଜେଲରୁ ଫେରାର ଉଦ୍ୟମ କଥାକୁ ଅସ୍ୱୀକାର କରିଛି ପୁଞ୍ଜିଲାଲ । ନିଜ ଘର ଠାରୁ ଜେଲ ମାତ୍ର 2 କି.ମି ଦୂରରେ ରହିଥିବା ବେଳେ ସେ କାହିଁକି ଏପରି କରିବ ବୋଲି ପ୍ରଶ୍ନ କରିଛି । ନିଜକୁ ଜଣେ ବୁଝିବା ସୁଝିବା ଲୋକ ବୋଲି ସେ ଜଣାଇଛି । ତେଣୁ ସ୍ଥାନାନ୍ତରଣକୁ ବିରୋଧ କରି ଗଣତାନ୍ତ୍ରିକ ଉପାୟରେ ଘଟଣାର ତଦନ୍ତ କରିବାକୁ ପୁଞ୍ଜିଲାଲ ଦାବି କରିଥିଲା । ହେଲେ ପୋଲିସ କୌଣସି ଠୋସ ପଦକ୍ଷେପ ଗ୍ରହଣ କରିନଥିବାରୁ ସେ 10 ଦିନ ଧରି ଅନଶନରେ ବସିଆସୁଥିବାର କହିଛି ।
ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ