ଓଡିଶା

odisha

ETV Bharat / state

31ଲକ୍ଷ ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

ବଲାଙ୍ଗୀର ଟିଟିଲାଗଡ ରୁ 31 ଲକ୍ଷ୍ୟ ଟଙ୍କା ନକଲି ନୋଟ ଜବତ କରିଛି ଭୁବନେଶ୍ୱର କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍। ଏନେଇ ଜଣକୁ ଜଣେ ଗିରଫ କରି କୋର୍ଟ ଚାଲାଣ। ଅଧିକ ପଢନ୍ତୁ

duplicate currency seized
duplicate currency seized

By

Published : Feb 3, 2023, 10:48 PM IST

ନକଲି ନୋଟ ଜବତ

ବଲାଙ୍ଗୀର:ବଲାଙ୍ଗୀର ଟିଟିଲାଗଡରୁ ନକଲି ନୋଟ ଜବତ । 31ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ଭୁବନେଶ୍ୱର କ୍ରାଇମ୍ ବ୍ରାଞ୍ଚ ଏସ ଟି ଏଫ୍ । ଏହି ମାମଲାରେ ଜଣକୁ ଗିରଫ କରି ଟିଟିଲାଗଡ SDJM କୋର୍ଟକୁ ଚାଲାଣ କରିଛି କ୍ରାଇମ୍ ବ୍ରାଞ୍ଚ । ଟିଟିଲାଗଡ ସହର ମଧ୍ୟରେ ଥିବା ଆଇ ଲଭ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଭୁବନେଶ୍ୱର STF ପକ୍ଷରୁ 31 ଲକ୍ଷ 27 ହଜାର ଟଙ୍କା ପାଞ୍ଚ ଶହ ଟଙ୍କା ଜବତ କରା ଯାଇଥିବାର ଜଣା ପଡ଼ିଛି ।

STF ପକ୍ଷରୁ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେ ଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା ଟିଟିଲାଗଡ଼ଠାରେ ନକଲି ନୋଟ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଜଗିଥିଲେ । ଏହାର ପୂର୍ବରୁ ସୂଚନା ପାଇ STF ଦଳ ଛକି ବସି ଅଭିଯୁକ୍ତକୁ ଧରିଥିଲେ । ଅଭିଯୁକ୍ତକୁ ଗୋପନୀୟ ସ୍ଥାନରେ ଅଟକ ରଖି STF ଦଳ ପଚରାଉଚୁରା କରିବା ପରେ ଆଜି(ଶୁକ୍ରବାର) କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସେହିପରି ପୂର୍ବରୁ ନିୟମିତ ଅନ୍ତରରେ ସହରର ବିଭିନ୍ନ ବ୍ୟାଙ୍କରେ ନକଲି ନୋଟ ଧରା ପଡୁଥିବା ବେଳେ ଏତେ ମାତ୍ରାରେ ନକଲି ନୋଟ ସହ ଅଭିଯୁକ୍ତ କୁ STF ଧରିବା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ସଂପୃକ୍ତ ଅଭିଯୁକ୍ତ କେଉଁଠୁ ଏତେ ପରିମାଣର ନକଲି ନୋଟ ଆଣିଥିଲା ଓ କାହାକୁ ସେ ଏହି ନୋଟ ଦେଇଥାନ୍ତା ତାହା ଏବେ ବଡ ପ୍ରଶ୍ନ ହୋଇଛି। ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ନକଲି ନୋଟ କାରବାର ନୂଆ ନଥିବା ବେଳେ ଅପରାଧୀ ମାନେ ଏହାକୁ ଗ୍ରାମାଞ୍ଚଳରେ ବିଶେଷ କରି ବାଣ୍ଟିଥାନ୍ତି । ସେପଟେ STF ଏ ଦିଗରେ କଣ ତଦନ୍ତ କରୁଛି ଓ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ କି ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ପାରିନାହିଁ। ସେହିପରି ଏତେ ବଡ ନକଲି ନୋଟ ଡିଲ ବିଷୟରେ ବଲାଙ୍ଗୀର ପୋଲିସ୍ କେମିତି ଜାଣି ପାରିଲା ନାହିଁ ତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details