ଓଡିଶା

odisha

ହ୍ବାର୍ଟସ ଆପ୍ ନମ୍ବର ଜରିଆରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

By

Published : Nov 5, 2019, 11:50 PM IST

ବଲାଙ୍ଗୀର ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ହ୍ବାର୍ଟସ ଆପ୍ ନମ୍ବର ଜରିଆରେ ଅଭିଯୁକ୍ତରୁ ଗିରଫ କରିଛି ପୋଲିସ । ପୁଇଁତଲା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ପୋଲିସ ଜାରି କରିଛି ଏକ ହ୍ବାର୍ଟସ ଆପ୍ ନମ୍ବର । ଏହି ନମ୍ବର ଜରିଆରେ ମଙ୍ଗଳବାର ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସାଧାରଣ ଲୋକଙ୍କ ଠାରୁ ସୂଚନା ନେବା ଏବଂ ଅପରାଧ ରୋକିବା ପାଇଁ 9438916510 ନମ୍ବର ଜାରି କରାଯାଇଥିଲା । ଏହି ନମ୍ବରରେ ସୂଚନାଦାତାଙ୍କ ନାମକୁ ଗୋପନୀୟ ରଖାଯିବା ସହ ତୁରନ୍ତ ଅପରାଧକୁ ରୋକିବାରେ ଉପରେ କାର୍ଯ୍ୟାାନୁଷ୍ଠାନ ନିଆଯିବ । ତେବେ ପୋଲିସ ପକ୍ଷରୁ ଏହି ନମ୍ବର ଜାରି ହେବା ପରେ ବିଶ୍ବସ୍ତସୂତ୍ରରୁ ଖବର ପାଇ ମଙ୍ଗଳବାର ଶଙ୍କର ଭୋଜି ଗ୍ରାମରେ ଥିବା ଏକ ଦୋକାନ ଉପରେ ଚଢାଉ କରିଥିଲା।

ପୋଲିସ ସୁରେନ୍ଦ୍ର ମଲ୍ଲିକ ନାମକ ଜଣେ ଯୁବକକୁ ଗିରଫ କରିଛି । ଏଥିସହିତ ତା' ନିକଟରୁ ଜୁଆ କାର୍ଡ ସହ 4880 ଟଙ୍କା ନଗଦ ଜବତ ହୋଇଛି । ପୁଇଁତଲା ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details