ଓଡିଶା

odisha

ETV Bharat / state

ସରକାରୀ କର୍ମଚାରୀଙ୍କୁ ମାଡ ମାରି ଚମ୍ପଟ ମାରିଥିଲେ ବିଜେପି ନେତା, ଗିରଫ କଲା ପୋଲିସ - ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ

ବଲାଙ୍ଗୀର ଟାଣୁଆ ବିଜେପି ନେତା ଅଶୋକ ଦୋରା ଗିରଫ । ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ କରିଛି ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

ସରକାରୀ କର୍ମଚାରୀଙ୍କୁ ମାଡ ମାରି ଫେରାର ବିଜେପି ନେତା ଗିରଫ
ସରକାରୀ କର୍ମଚାରୀଙ୍କୁ ମାଡ ମାରି ଫେରାର ବିଜେପି ନେତା ଗିରଫ

By ETV Bharat Odisha Team

Published : Oct 22, 2023, 10:13 AM IST

ସରକାରୀ କର୍ମଚାରୀଙ୍କୁ ମାଡ ମାରି ଫେରାର ବିଜେପି ନେତା ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ବିଜେପି ନେତା ଅଶୋକ ଦୋରା ଗିରଫ । ପୂର୍ବରୁ ତାଙ୍କର 6 ଜଣ ସହଯୋଗୀ ଗିରଫ ହୋଇଥିବା ବେଳେ ସେ ଫେରାର ରହିଥିଲେ । ଶନିବାର ଦିନ ବଲାଙ୍ଗୀର ପୋଲିସ ସ୍ପେଶାଲ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ମିଥ୍ୟାମାମଲାରେ ତାଙ୍କୁ ଫସାଇ ଦିଆଯାଉଥିବା କହିଛନ୍ତି ଅଭିଯୁକ୍ତ ଅଶୋକ ଦୋରା ।

ଏହାମଧ୍ୟ ପଢନ୍ତୁ..ବଲାଙ୍ଗୀରରେ କଫ୍‌ ସିରପ କାରବାର ରାକେଟର ପର୍ଦ୍ଦାଫାସ: 4 ହଜାର କଫ୍‌ ସିରପ ଜବତ, 6 ଗିରଫ

ଅଭିଯୋଗ ଅନୁଯାୟୀ, ବଲାଙ୍ଗୀରର ଗୁଦ୍ଭେଲା ବ୍ଲକରେ କାର୍ଯ୍ୟରତ ଥିବା ବିପିସି ବା ବ୍ଲକ୍‌ ମିଶନ ଶକ୍ତି ପ୍ରୋଜେକ୍ଟ ସଂଯୋଜକ ନିର୍ମଳ କୁମାର ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗତ 9 ଅକ୍ଟୋବରରେ ଏନେଇ ତୁଷୁରା ଥାନାରେ ବିପିସି ନିର୍ମଳ ପ୍ରଧାନ ଲିଖିତ ଅଭିଯୋଗ କରିଥିଲେ । ସଫଳ ମିଶନ ଶକ୍ତି ଗୋଷ୍ଠୀମାନଙ୍କୁ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ତାଙ୍କ ଉପରେ ସମିତି ସଭ୍ୟ ଥିବା ବିଜେପି ନେତା ଅଶୋକ ଦୋରା ଓ ତାଙ୍କ ସହଯୋଗୀମାନେ କାର୍ଯ୍ୟାଳୟ ଭିତରେ ପସି ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ ।

ତେବେ ପୋଲିସ ଏତଲା ଆଧାରରେ ତଦନ୍ତ କରି ପୂର୍ବରୁ 6ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ଅଶୋକ ଦୋରା ଫେରାର ହୋଇଯାଇଥିଲା । ତେବେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ତାଙ୍କୁ ଧରିବାକୁ ତନାଘନା ଆରମ୍ଭ ହୋଇଥିଲା। ଏବଂ ଶନିବାର କଳାହାଣ୍ଡି ଜିଲ୍ଲା ନର୍ଲାରୁ ପୋଲିସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ତେବେ ଗିରଫ ପରେ ଶନିବାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ତାଙ୍କର ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରା ଯାଇଥିଲା। ସେପଟେ କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 15 ଦାଦନ ଉଦ୍ଧାର, 3ଗିରଫ

ସୂଚନା ଅନୁୟାୟୀ, ଅଶୋକ ଦୋରା ବିଜେପିର ଜଣେ ଟାଣୁଆ ନେତା ଅଟନ୍ତି । ଏବଂ ସେ ଗତ 2019 ବିଧାନସଭା ନିର୍ବାଚନରେ ଟିଟିଲାଗଡ ବିଜେପି ପାର୍ଥୀ ହୋଇ ପରାଜିତ ହୋଇଥିଲେ । ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ସେ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ଗୁଡଭେଳା ବ୍ଲକର ଅଧ୍ୟକ୍ଷା ଅଛନ୍ତି । ସେହିପରି ପୂର୍ବରୁ ସେ ନିଜେ ଏହି ବ୍ଲକର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ଏହିଭଳି ଅଭିଯୋଗ ଆସିଥିଲା । ହେଲେ ଏବେ ପୋଲିସ ପାଖରେ ଏହି ଲିଖିତ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି । ଯାହାକୁ ନେଇ ଏବେ ଏଠି ଚର୍ଚ୍ଚା ଜୋର ଧରିଛି ।

ସେପଟେ ଏହି ଅଭିଯୋଗକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିବା ବେଳେ ତାଙ୍କୁ ମିଛ ମାମଲାରେ ଫସାଇ ଦିଆ ଯାଇଥିବାର କହିଛନ୍ତି ଅଭିଯୁକ୍ତ ବିଜେପି ନେତା ଅଶୋକ ଦୋରା । ସେହିପରି ସେ କାହାରିକୁ ମାଡ ମାରି ନାହାନ୍ତି କିମ୍ବା ଗୁଣ୍ଡା ଗର୍ଦ୍ଦି କରି ନାହାନ୍ତି ବୋଲି ବି କହିଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details