ଓଡିଶା

odisha

ETV Bharat / state

ବଲାଙ୍ଗୀର ଶିକ୍ଷା ବିଭାଗରେ କଳଙ୍କ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ABEO ! - ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଏବିଇଓ

ବଲାଙ୍ଗୀରରେ ପୁଣି ଜଣେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଘଟଣା ସାମ୍ନାକୁ ଆସିଛି । ଶିକ୍ଷା ବିଭାଗରେ ଏବିଇଓ ଭାବେ କାର୍ଯ୍ୟରତ ଜଣେ ଅଧିକାରୀ ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ଦିନ ହେବ ଚାକିରି କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଏବିଇଓ
ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଏବିଇଓ

By ETV Bharat Odisha Team

Published : Oct 21, 2023, 8:08 AM IST

ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିଲେ ଏବିଇଓ

ବଲାଙ୍ଗୀର: କିଛି ଦିନର ବ୍ୟବଧାନ ପରେ ପୁଣି ଜାଲ ସାର୍ଟିଫିକେଟରେ ଚାକିରି ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ଶିକ୍ଷା ବିଭାଗର ଜଣେ ଅଧିକାରୀ ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରୀ କରୁଥିବାର ପ୍ରମାଣ ମିଳିବା ପରେ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ଜାଲ ସାର୍ଟିଫିକେଟ ଦେଇ ଏବିଇଓ ଭାବେ କାର୍ଯ୍ୟ କରୁଥିଲେ ଶ୍ୟାମବନ୍ଧୁ ମେଣ୍ଡଳି । ଅନ୍ୟପଟେ ସମ୍ପୃକ୍ତ ଏବିଏଇଓ ଏବେ ଫେରାର ଅଛନ୍ତି ।

ଏହାମଧ୍ୟ ପଢନ୍ତୁ..ଲମ୍ବିଛି ଜାଲ ସାର୍ଟିଫିକେଟ ଚେର, ମିଛ ପ୍ରମାଣ ପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ସିଣ୍ଡିକେଟ ବହୁ ଦୂର ଯାଏ ଲମ୍ୱିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଅନେକ ତଳୀୟ ଓ ଉପରିସ୍ଥ କର୍ମଚାରୀ ଜାଲ ସାର୍ଚିଫିକେଟ୍‌ ଦେଇ ଚାକରି ପାଇଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ଶିକ୍ଷା ବିଭାଗର ଅଧିକାରୀ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ବଲାଙ୍ଗୀର ସଦର ବ୍ଲକରେ କାର୍ଯ୍ୟରତ ଥିବା ଏବିଇଓ ବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ୟାମବନ୍ଧୁ ମେଣ୍ଡଳି ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ..ସମ୍ବଲପୁର ଫେକ ସାର୍ଟିଫିକେଟ ମାମଲା, 3ଟିରେ ରହିଛି ବଲାଙ୍ଗୀର ଲିଙ୍କ

ତେବେ ସେ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ଚାକିରି କରୁଥିବା ପ୍ରମାଣ ମିଳିଛି । ଯାହା ପରେ ସରକାରଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବଲାଙ୍ଗୀର ବିଇଓ କାର୍ଯ୍ୟାଳୟରେ ଏବିଇଓ ଭାବରେ କାର୍ଯ୍ୟରତ ଥିବା ଶ୍ୟାମ ବନ୍ଧୁ ମେଣ୍ଡଳି ଗତ 25 ମାର୍ଚ୍ଚ 1988ରୁ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ ଦେଇ ପ୍ରଥମେ ପ୍ରାଇମେରୀ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ପରବର୍ତ୍ତୀ ସମୟରେ ପ୍ରମୋସନ ପରେ ପରେ ଏବେ ସେ ବଲାଙ୍ଗୀର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବଲାଙ୍ଗୀର ଡିଇଓ ଧ୍ରୁବ ଚରଣ ବେହେରା ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ଟାଉନ୍‌ ଥାନାରେ ଏହାକୁ ନେଇ 558/ 2023 ରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା 465, 468 ଓ 471ରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହାକୁ ନେଇ ପୋଲିସ କିମ୍ବା ଜିଲ୍ଲା ଶିକ୍ଷା ବିଭାଗରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ସେପଟେ କିନ୍ତୁ ସମ୍ପୃକ୍ତ ଏବିଏଇଓ ଶ୍ୟାମବନ୍ଧୁ ମେଣ୍ଡଳି ଫେରାର ହୋଇ ଯାଇଥିବାର ଜଣା ପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details