ବଲାଙ୍ଗୀର:ଘରେ ପଶି ଯୁବକକୁ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ମହିଳା ସମେତ ୫ ଗିରଫ । ନିଜେ ଭାଇବହୁ ହିଁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର । ତ୍ରିକୋଣୀଅ ପ୍ରେମ ସମ୍ପର୍କ ପାଇଁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ଏନେଇ ପୋଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ।
ସୂଚନାଯୋଗ୍ୟ ବଲାଙ୍ଗୀର ମୁରିବହାଲ ଥାନା ଅନ୍ତର୍ଗତ ଦେଢ଼ ଗାଁରେ ଘରେ ପଶି କିଛି ଦୁର୍ବୃତ୍ତ ଜଣେ ଯୁବକକୁ ନିର୍ମମ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ତେବେ ଗତ 21 ତାରିଖ ଡିସେମ୍ବର ମାସରେ ଏହି ଜଘଣ୍ୟ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ ଯୁବକ ରୁଖଢ ଥାପାଙ୍କୁ ନିର୍ମମ ହତ୍ୟା କରା ଯାଇଥିଲା । ଯାହାକୁ ନେଇ ପୋଲିସ ତ୍ୱରିତ ପଦକ୍ଷେପ ନେଇଥିଲା । ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ତେବେ ପୋଲିସ ଏହାର ମୁଖ୍ୟ ଅଭିଯୁକ୍ତ ମୂତକର ଭାଇ ବହୁ ସମେତ ୫ ଜଣକୁ ଗିରଫ କରିଛି । ତେବେ ତ୍ରିକୋଣୀଅ ପ୍ରେମ ସମ୍ପର୍କ ପାଇଁ ଯୋଜନା ବଦ୍ଧ ଭାବରେ ଏହି ହତ୍ୟା କାଣ୍ଡ ହୋଇଥିବାର ପୋଲିସ୍ ସ୍ପଷ୍ଟ କରିଛି ।
ଏସଡିପିଓ ଅଙ୍କିତା କୁମ୍ଭାର କହିଛନ୍ତି, "ଗତ 21 ତାରିଖରେ ମୃତକର ସ୍ତ୍ରୀ ରୁଖା ଥାପା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁଥିରେ ତାଙ୍କ ସ୍ଵାମୀଙ୍କୁ ଘରେ ଏକା ଥିବାବେଳେ କିଛି ଦୁର୍ବୃତ୍ତ ନିର୍ମମ ହତ୍ୟା କରିଥିବାର ଅଭିଯୋଗ ଆଣିଥିଲେ । ତେବେ ଏଥିରେ ମୁରିବାହାଲ୍ ଥାନାରେ କେସ ନମ୍ୱର୍ 290 ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଯେଉଁଥିରେ ମୃତକଙ୍କ ଭାଇବହୁ ଜୟନ୍ତୀ ଥାପା ହିଁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇ ତାଙ୍କୁ ଗିରଫ କରିଛି । ତେବେ ଜୟନ୍ତୀ ଥାପା ମୃତ ରୁଖଡା ଥାପାର ଭାଇବହୁ ଅଟନ୍ତି । ତାଙ୍କ ଦୁଇଙ୍କ ମଧ୍ୟରେ ଅନୈତିକ ପ୍ରେମ ସମ୍ପର୍କ ଥିଲା ।"